ସଂସଦ ସୁରକ୍ଷା ମାମଲା: ୧୫ ଦିନ ପୋଲିସ ହେପାଜତକୁ ଗଲେ ୪ ଅଭିଯୁକ୍ତ
Parliament Security Breach: ସଂସଦ ସୁରକ୍ଷା ତୃଟି ମାମଲା । କୋର୍ଟ 4 ଅଭିଯୁକ୍ତଙ୍କୁ 15 ଦିନ ପାଇଁ ପୋଲିସ ହେପାଜତକୁ ପଠାଇଛନ୍ତି । ଏହାରି ମଧ୍ୟରେ ଦିଲ୍ଲୀ ପୋଲିସ ହାତରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ ପ୍ରମାଣ ଲାଗିଥିବା ନେଇ ସୂଚନା ରହିଛି । ଯାହାର ସ୍ପଷ୍ଟ ସୂଚନା ପାଇବା ପାଇଁ ଏବଂ ତଦନ୍ତ କରିବା ପାଇଁ ନିଲମ, ମନୋରଂଜନ, ସାଗର, ଅମୋଲ ସମସ୍ତଙ୍କୁ ଅନେକ ସ୍ଥାନକୁ ନେବାକୁ ପଡିପାରେ ।

ଦିଲ୍ଲୀ ପୋଲିସ କହିବା ଅନୁସାରେ ଏହି ସମସ୍ତ ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ, ହେଲେ କିଛି ପ୍ରମାଣ ମିଳିଛି । ସମସ୍ତ ଅଭିଯୁକ୍ତଙ୍କର ସୋସିଆଲ ମିଡିଆ ଆକାଉଣ୍ଟକୁ ବିଶେଷ ବ୍ୟକ୍ତିଙ୍କ ଦ୍ୱାରା ଯାଞ୍ଚ କରାଯିବା ନେଇ ସୂଚନା ରହିଛି ଏବଂ ମିଳିଥିବା ପ୍ରମାଣର ମଧ୍ୟ କ୍ରସ୍ ଯାଞ୍ଚ କରାଯିବ ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଥାଉ ଯେ, 13 ଡିସେମ୍ବରରେ ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ସଂସଦର ସୁରକ୍ଷା କ୍ଷେତ୍ରରେ ଏକ ବଡ଼ ଧରଣର ତ୍ରୁଟି ହୋଇଥିଲା । ଅପରାହ୍ନ ପ୍ରାୟ 1 ଟା ସମୟରେ, ଲୋକସଭାର ପ୍ରକ୍ରିୟା ଚାଲିଥିବା ବେଳେ 2 ଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ସାଂସଦ ବସିଥିବା ସ୍ଥାନକୁ ଡେଇଁଥିଲେ । ଦୁହେଁ ଗୃହରେ ହଳଦିଆ ଧୂଆଁ ସ୍ପ୍ରେ କରିଥିଲେ । ସାଂସଦ ମାନେ ପ୍ରଥେମ ଅଭିଯୁକ୍ତ ମାନଙ୍କୁ କାବୁ କରିଥିଲେ ପରେ ତାଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା ।
ଦିଲ୍ଲୀ ପୋଲିସ ତୁରନ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହା ପରେ ପୋଲିସ ଏହି ମାମଲାର ମାଷ୍ଟରମାଇଣ୍ଡ କୁହାଯାଉଥିବା ଲଲିତକୁ ମଧ୍ୟ ଗିରଫ କରିବାରେ ସଫଳ ହୋଇଥିଲା । ଏହି ମାମଲାରେ ଏପର୍ଯ୍ୟନ୍ତ 7 ଜଣଙ୍କୁ ଗିରଫ କରାଯାଇଛି । ବେଆଇନ କାର୍ଯ୍ୟକଳାପ ଅଧିନିୟମ କିମ୍ବା UAPA ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।












Click it and Unblock the Notifications