ଇଡିର ବଡ ଚଢ଼ାଉ, ପୂର୍ବତନ ଏମଏଲସିଙ୍କ ଘରୁ ୪,୪୪୦ କୋଟିର ସମ୍ପତ୍ତି ଜବତ
ଆକ୍ସନ ମୁଡ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଉତ୍ତରପ୍ରଦେଶର ସାହାରନପୁର ଖଣି ମାଫିଆ ତଥା ବିଏସ୍ପିର ପୂର୍ବତନ ଏମ୍ଏଲ୍ସି ମହମ୍ମଦ ଇକବାଲଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଇଡି। ମହମ୍ମଦ ଇକବାଲଙ୍କ ଦ୍ୱାରା ନିର୍ମିତ ବେଆଇନ ବିଶ୍ୱବିଦ୍ୟାଳୟକୁ ଇଡି ଜବତ କରିଛି। ବେଆଇନ ଖଣି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଜବତ ହୋଇଥିବା ସମ୍ପତ୍ତିରେ ସାହାରନପୁରରେ ଥିବା ତାଙ୍କର ୨୧୨ ଏକର ଜମି ଏବଂ ଗ୍ଲୋକାଲ ବିଶ୍ୱବିଦ୍ୟାଳୟର ବିଲ୍ଡିଂ ସାମିଲ ଅଛି। ଏହାର ଦାମ୍ ପ୍ରାୟ ୪,୪୪୦ କୋଟି ବୋଲି କୁହାଯାଇଛି। ଏହି ବିଶ୍ୱବିଦ୍ୟାଳୟର ଦାୟିତ୍ୱ ତାଙ୍କ ଭାଇ ଏବଂ ପୁଅମାନଙ୍କ ଉପରେ ଥିଲା।
ମହମ୍ମଦ ଇକବାଲ ଗତ କିଛି ମାସ ଧରି ଫେରାର ଅଛନ୍ତି। ସେ ଦୁବାଇରେ ଆଶ୍ରୟ ନେଇଥିବା କୁହାଯାଉଛି। ଦେଶର ଅନେକ ଏଜେନ୍ସି ଇକବାଲଙ୍କ ବିରୋଧରେ ଅନୁସନ୍ଧାନ କରୁଛନ୍ତି। ଇକବାଲଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ବେଆଇନ ଖଣି ଭଳି ଅନେକ ଗୁରୁତର ଅଭିଯୋଗ ରହିଛି। ମହମ୍ମଦ ଇକବାଲଙ୍କର ଚାରି ପୁଅ ଅଛନ୍ତି। ଜେଲରେ ଥିବା ପୁଅ ଓ ଭାଇଙ୍କ ବିରୋଧରେ ମଧ୍ୟ ଅନେକ ମାମଲା ରୁଜୁ ହୋଇଛି।












Click it and Unblock the Notifications