ଭୂକମ୍ପରେ ଥରିଲା ଆସାମ, ରିକ୍ଟର ସ୍କେଲରେ ତୀବ୍ରତା ୪.୨
ନୂଆଦିଲ୍ଲୀ : ଆସାମର ଗୌହାଟୀରେ ଭୂକମ୍ପ ଝଟକା। ଗୌହାଟୀ ସହ ପୂର୍ବୋତ୍ତରର ଅନେକ ସ୍ଥାନରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଜାତୀୟ ଭୂକମ୍ପ କେନ୍ଦ୍ର ଅନୁଯାୟୀ, ଭୂମିକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୨ ଥିଲା। ବ୍ରହ୍ମପୁତ୍ରର ଉତ୍ତର କୂଳରେ ଥିବା ଉଦଲଗୁଡି ଜିଲ୍ଲାରେ ସକାଳେ ଭୂକମ୍ପ ଅନୁଭୂତ ହୋଇଥିଲ।।

ଭୂକମ୍ପ ଝଟକା ସକାଳ ୭.୪୭ରେ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୫ କିଲୋମିଟର ଗଭୀରରେ ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଗୌହାଟିର ପ୍ରାୟ ୧୦୫ କିଲୋମିଟର ଉତ୍ତରରେ ଏବଂ ଆସାମ-ଅରୁଣାଚଳ ପ୍ରଦେଶ ସୀମା ନିକଟରେ ତେଜପୁରଠାରୁ ୪୮ କିଲୋମିଟର ଦୂରରେ ଅବସ୍ଥିତ ବୋଲି ଜଣା ପଡ଼ିଛି ।












Click it and Unblock the Notifications