IBM Layoffs: ଆଇବିଏମ୍ କର୍ପୋରେସନ 3,900 କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା
ଆଇବିଏମ୍ କର୍ପୋରେସନ 3,900 କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଘୋଷଣା କରିଛି । ପୁଞ୍ଜି ପ୍ରତ୍ୟାହାର ଏବଂ ଆର୍ଥିକ ସଙ୍କଟ କାରଣରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ଆଇବିଏମ୍ ।

IBM Layoffs:ଆଇବିଏମ୍ କର୍ପୋରେସନ 3,900 କର୍ମଚାରୀଙ୍କୁ ଛଟେଇ କରିବାକୁ ନେଇ ଘୋଷଣା କରିଛି । ପୁଞ୍ଜି ପ୍ରତ୍ୟାହାର ଏବଂ ଆର୍ଥିକ ସଙ୍କଟ କାରଣରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି ଆଇବିଏମ୍ । ଆଇବିଏମ୍ ମୁଖ୍ୟ ଆର୍ଥିକ ଅଧିକାରୀ ଜେମ୍ସ କେବନାଙ୍ଗ ସୂଚନା ଅନୁସାରେ, ଜାନୁଆରୀ-ମାର୍ଚ୍ଚ ମାସରେ କମ୍ପାନୀକୁ 300 ମିଲିୟନ୍ ଡଲାର ଖର୍ଚ୍ଚ ହେବ ଅର୍ଥାତ୍ ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯିବ ସେମାନଙ୍କୁ 300 ମିଲିୟନ୍ ଡଲାର ଦେବା ପାଇଁ ପଡିବ ।
ଗତ କିଛି ବର୍ଷ ମଧ୍ୟରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଯାହା ଦ୍ୱାରା ଆମ ବ୍ୟବସାୟରେ ଅଧିକ ଖର୍ଚ୍ଚ ହୋଇଛି । କମ୍ପାନୀକୁ କିଛି ମାତ୍ରାରେ କ୍ଷତି ସହିବା ପାଇଁ ମଧ୍ୟ ପଡିଛି ବୋଲି ବୁଧବାର ବିଳମ୍ବ ରାତ୍ରୀରେ କମ୍ପାନୀରୁ ଆସିଥିବା କଲ୍ ସମୟରେ ସେ କହିଛନ୍ତି । ସେପଟେ ଛଟେଇ ଘୋଷଣା କରାଯିବା ପରେ କମ୍ପାନୀର ସେୟାର ୨ ପ୍ରତିଶତ ତଳକୁ ଖସିଯାଇଛି ।
2022 ଶେଷ ସୁଦ୍ଧା 10 ବିଲିୟନ ଡଲାର ରେଭିନ୍ୟୁ ଆବଶ୍ୟକ ଥିବାବେଳେ ଆଇବିଏମ୍ 9.3 ବିଲିୟନ ଡଲାର ପାଇଥିଲା । ଡିସେମ୍ବର 31, 2022 ଶେଷ ହେବାକୁ ଥିବା ତ୍ରମାସିକରେ କମ୍ପାନୀ 16.7 ବିଲିୟନ ଡ଼ଲାରର ରେଭିନ୍ୟୁ ହାସଲ କରିଛି, 3.8 ବିଲିୟନ ଡ଼ଲାରର ପ୍ରି-ଟ୍ୟାକ୍ସ ଆୟ ଏବଂ 3.60 ଡଲାରର ସେୟାର ପ୍ରତି ଅପରେଟିଂ ଆୟ କରିଛି ।
ଆଇବିଏମ୍ ସଭାପତି ତଥା ସିଇଓ ଅରବିନ୍ଦ କୃଷ୍ଣ କହିଛନ୍ତି ଯେ, ସଫ୍ଟୱେର୍ ପୋର୍ଟଫୋଲିଓକୁ ମଜବୁତ କରିବା ପାଇଁ ଆମେ ହାଇବ୍ରିଡ୍ କ୍ଲାଉଡ୍ ଏବଂ ଏଇ ସାମର୍ଥ୍ୟରେ ବିନିଯୋଗ କରିଛୁ । ଏହି ବର୍ଷ ଆମେ ଅଧିକ ଉତ୍ପାଦନ ହାସଲ କରିବୁ, ଆମର ରଣନୀତିକ ଭାଗିଦାରୀକୁ ବିସ୍ତାର କରିବୁ ଏବଂ ନିର୍ଦ୍ଦିଷ୍ଟ ଅଭିବୃଦ୍ଧି ବଜାରରେ ଅଧିକ ବିନିଯୋଗ କରିବୁ ବୋଲି ସେ କହିଛନ୍ତି ।












Click it and Unblock the Notifications