ଗୋଟିଏ ସିରିଞ୍ଜରେ 39 ସ୍କୁଲ ପିଲାଙ୍କୁ କୋଭିଡ ଟୀକା, ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଏତଲା
ଗୋଟିଏ ସିରିଞ୍ଜରେ 39 ପିଲାଙ୍କୁ ଦିଆଗଲା କୋଭିଡ ଟିକା ।ଏଭଳି ଏକ ଘଟଣା ମଧ୍ୟ ପ୍ରଦେଶର ସାଗର ସହରରେ ଥିବା ଏକ ଘରୋଇ ସ୍କୁଲରେ ଦେଖିବାକୁ ମିଳିଛି । ଟୀକାକରଣରେ ଏଭଳି ଅବହେଳା ପରେ ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।
ଭୋପାଲ: ଗୋଟିଏ ସିରିଞ୍ଜରେ 39 ପିଲାଙ୍କୁ ଦିଆଗଲା କୋଭିଡ ଟୀକା ।ଏଭଳି ଏକ ଘଟଣା ମଧ୍ୟ ପ୍ରଦେଶର ସାଗର ସହରରେ ଥିବା ଏକ ଘରୋଇ ସ୍କୁଲରେ ଦେଖିବାକୁ ମିଳିଛି । ଟୀକାକରଣରେ ଏଭଳି ଅବହେଳା ପରେ ସ୍ବାସ୍ଥ୍ୟକର୍ମୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି ।

ଏପଟେ ଟୀକା ନେଇଥିବା ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟବସ୍ଥା ଦେଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତୁରନ୍ତ ଘଟଣାସ୍ଥଳକୁ ଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଘଟଣାରେ ଲିପ୍ତ ସ୍ବାସ୍ଥ୍ୟକର୍ମୀ ଜିତେନ୍ଦ୍ର ଅହିରଓ୍ବାର ଘଟଣା ପ୍ରଘଟ ହେବା ପରେ ଫେରାର ହୋଇଯାଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।












Click it and Unblock the Notifications