୩୭ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ର ଦନ୍ତେୱାଡ଼ା ଜିଲାରେ ୩୭ ଜଣ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣଙ୍କ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ଏହି ମାଓବାଦୀମାନେ ବରିଷ୍ଠ ପୁଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ଏସପି ଗୌରବ ରାଏ କହିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ମଧ୍ୟରେ ୧୨ ଜଣ ମହିଳା ରହିଛନ୍ତି।

ଏହି ଗୋଷ୍ଠୀରେ ଅନେକ ହାଇପ୍ରୋଫାଇଲ କ୍ୟାଡରର ମାଓବାଦୀ ଅନ୍ତର୍ଭୁକ୍ତ। ସେମାନେ ହେଉଛନ୍ତି କୁମାଲି ଓରଫ ଅନିତା ମଣ୍ଡାଭି, ଗୀତା ଓରପ ଲକ୍ଷ୍ମୀ ମାଡ଼କାମ, ରଞ୍ଜନ ଓରଫ ସୋମା ମଣ୍ଡାଭି ଏବଂ ଭୀମା ଓରଫ ଜାହାଜ କାଲମୁ। ପ୍ରତ୍ୟେକଙ୍କ ଉପରେ ୮ ଲକ୍ଷ ଲେଖାଏ ପୁରସ୍କାର ରାଶି ରହିଥିଲା।

naxal
ରାଜ୍ୟ ସରକାରଙ୍କ ଥଇଥାନ ଏବଂ ପୁନର୍ବାସ ନୀତି ଅନୁସାରେ ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କୁ ତୁରନ୍ତ ୫୦ ହଜାର ଟଙ୍କା ଲେଖାଏ ସହାୟତା ମିଳିବ। ତା' ସହିତ ସେମାନଙ୍କୁ ଦକ୍ଷତା ବିକାଶ ସମ୍ପର୍କିତ ତାଲିମ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଗତ ୨୩ ମାସ ମଧ୍ୟରେ ଛତିଶଗଡ଼ରେ ୨୨୦୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+