Get Updates
Get notified of breaking news, exclusive insights, and must-see stories!

ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ କେଉଁଠାରେ ହୋଇଛି କେତେ ପ୍ରତିଶତ ଭୋଟ?

ନୂଆଦିଲ୍ଲୀ: ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ଭୋଟିଂ ଜାରି ରହିଛି । ସକାଳ ୭ରୁ ଭୋଟଗ୍ରହଣ ଆରମ୍ଭ ହୋଇଥିବା ବେଳେ, ବୁଥ ମାନଙ୍କରେ ଭିଡ ଜମିଛି । ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ସିଟ୍ ପାଇଁ ଚାଲିଛି ମତଦାନ । ଏହି ପର୍ଯ୍ୟାୟରେ ମୋଟ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ସେମଧ୍ୟରେ ରହିଛି ବିହାରର ୫ ଆସନ, ଜମ୍ମୁ ଓ କଶ୍ମୀରର ୧, ଝାଡଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶର ୧୪ ଆସନ, ପଶ୍ଚିମବଙ୍ଗର ୭ ଆସନ ସମେତ ଓଡିଶାର ୫ ଆସନ ।

ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ମଧ୍ୟାହ୍ନ ୧ ଟା ପର୍ଯ୍ୟନ୍ତ ପଞ୍ଚମ ପର୍ଯ୍ୟାୟରେ ପ୍ରାୟ ୩୬.୭୩ ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୪୮.୪୧ ପ୍ରତିଶତ ମତଦାନ ହୋଇଥିଲା । ଏହା ବ୍ୟତୀତ ବିହାରରେ ୩୪.୬୨%, ଜାମ୍ମୁ କାଶ୍ମୀରରେ ୩୪.୭୯%, ଝାଡଖଣ୍ଡରେ ୪୧.୮୯%, ଲଦାଖରେ ୫୨.୦୨%, ମହାରାଷ୍ଟ୍ରରେ ୨୭.୭୮%, ଓଡିଶାରେ ୩୫.୩୧%, ୟୁପିରେ ୩୯.୫୫% ମତଦାନ ହୋଇଛି ।

vote

ଏହି ପର୍ଯ୍ୟାୟରେ ହେଭିୱେଟଙ୍କ ମଧ୍ୟରେ ରହିଛନ୍ତି, ଉତ୍ତର ମୁମ୍ବାଇରୁ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ, ମୁମ୍ବାଇ ନର୍ଥ ସେଣ୍ଟ୍ରାଲରୁ ବିଜେପି ପ୍ରାର୍ଥୀ ଉଜ୍ଜଳ ନିକମ, କଂଗ୍ରେସ ପ୍ରାର୍ଥୀ ରାହୁଲ ଗାନ୍ଧି, ବିଜେପିର ରାଜନାଥ ସିଂହ, ସ୍ମୃତି ଇରାନୀଙ୍କ ଭଳି ନେତା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+