Haryana Assembly Election 2024: ଦିନ ୧ ଟା ସୁଦ୍ଧା ୩୬.୬୯ ପ୍ରତିଶତ ମତଦାନ
Haryana Assembly Election 2024: ଭୋଟ୍ ଦେଉଛି ହରିଆଣା। ହରିୟାଣାରେ ଦିନ ୧ ଟା ସୁଦ୍ଧା ମୋଟ ୩୬.୬୯ ପ୍ରତିଶତ ମତଦାନ ଗ୍ରହଣ ହୋଇଛି । କେଉଁ ଜିଲ୍ଲାରେ କେତେ ପ୍ରତିଶତ ମତଦାନ ହୋଇଛି ଆସନ୍ତୁ ଏବେ ଜାଣିବା ? ଅମ୍ବାଲା -୩୯.୪୭% ଭବାନୀ -୩୮.୨୭% ଚାରଖୀ ଦାଦ୍ରି -୨୯.୬୨% ଫରିଦାବାଦ -୩୧.୭୧% ଫତେହାବାଦ -୪୦.୦୦% ଗୁରୁଗ୍ରାମ -୨୭.୭୦% ହିସାର -୩୮.୩୪% ଝାବହାର -୩୬.୯୩% ଜିନ୍ଦ -୪୧.୯୩% କଝଥଲ -୩୮.୧୮% -୪୨.୬୪% ପାଲୱାଲ -୪୧.୮୫% ପଞ୍ଚକୁଲା -୨୫.୮୯% ପାନିପଥ - ୩୮.୨୪% ରେୱାରୀ - ୩୫.୧୦% ରୋହତକ -୩୬.୧୯% ସିରସା -୩୪.୭୮% ସୋନିପାଟ - ୩୩.୬୪% ଯମୁନାନଗର- ୪୨.୦୮% ମତ ଦାନ ଗ୍ରହଣ ହୋଇଛି ।

ଶାସକ ଦଳ ବିଜେପି ପୁଣି ଥରେ ବିଜୟୀ ହୋଇ ହ୍ୟାଟ୍ରିକ କରିବା ଲକ୍ଷ୍ୟରେ ରହିଛି। ସେହିପରି ଦୀର୍ଘ ଦିନ ପରେ କ୍ଷମତା ଗାଦିକୁ ଫେରିବା ଆଶା ରଖିଛି କଂଗ୍ରେସ । ଅନ୍ୟପଟେ ଆମ ଆଦମୀ ପାର୍ଟି, ଜେଜେପି-ଆଜାଦ ସମାଜ ପାର୍ଟି, ଆଇଏନଏଲଡି-ପିଏସପି ମେଣ୍ଟ ଭାବେ ଚଳିତ ନିର୍ବାଚନରେ ଭାଗ୍ୟ ପରୀକ୍ଷା କରୁଛନ୍ତି ।
ଏଥରେ ନିର୍ବାଚନୀ ମୈଦାନରେ ମୋଟ ୯୦ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ୨୦ ହଜାର ୧୦୩୧ ଜଣ ପ୍ରାର୍ଥୀ । ସେମାନଙ୍କ ମଧ୍ୟରେ ୧୦୧ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।












Click it and Unblock the Notifications