ୱାୟନାଡ୍ ଭୂସ୍ଖଳନ: ୩୫୮ ପାର ହେଲା ମୃତ୍ୟୁସଂଖ୍ୟା, ଏବେ ବି ଫସିରହିଛନ୍ତି ଏତିକି ଲୋକେ
କେରଳର ୱାୟନାଡ୍ ଜିଲାରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ଶୁକ୍ରବାର ୩୫୮ରେ ପହଁଞ୍ଚିଛି । ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର ଜନ୍ କେ.ଜେ, ଜୋମୋଲ ଜନ୍, କ୍ରିଷ୍ଟିନ୍ ଜନ୍ ଏବଂ ଆବ୍ରାହାମ୍ ଜନ୍ଙ୍କୁ ନିରାପଦର ସହ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ରିଲିଫ୍ କ୍ୟାମ୍ପ୍କୁ ନିଆଯାଇଛି । ପ୍ରଥମେ ଏହି ପରିବାରକୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ନେବା ପାଇଁ ଯୋଜନା ହୋଇଥିଲା । ତେବେ ନିରାପଦ ରୁଟ୍ରେ ସେମାନେ ରିଲିଫ୍ କ୍ୟାମ୍ପ୍କୁ ଯିବାକୁ ରାଜି ହୋଇଥିଲେ ।
ଏବେ ମଧ୍ୟ ପ୍ରାୟ ୩୦୦ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ସ୍ଥଳସେନା, ନୌସେନା, ତଟସୁରକ୍ଷା ବାହିନୀ, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ତାମିଲନାଡୁରୁ ଆଉ ୪ଟି ତାଲିମପ୍ରାପ୍ତ କୁକୁରକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି ।
ଏଥିସହିତ ପ୍ରତି ଟିମ୍ରେ ସ୍ଥାନୀୟ ଅଞ୍ଚଳର ୩ ଜଣ ଏବଂ ଜଣେ ବନ କର୍ମଚାରୀଙ୍କୁ ନିଆଯାଇଛି । ତେବେ ପ୍ରତିକୂଳ ପାଗ, ରାସ୍ତାଘାଟ ଓ ବ୍ରିଜ୍ ନଷ୍ଟ ହୋଇଥିବାରୁ ଠିକଣା ସ୍ଥଳରେ ପହଞ୍ଚତ୍ୱାରେ ସମସ୍ୟା ଏବଂ ଆବଶ୍ୟକ ଉପକରଣର ଅଭାବ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ମେପାଡି ଭୁ-ସ୍ଖଳନରେ ପୀଡିତ ତ ଏବଂ ମୃତଦେହକୁ ଉଦ୍ଧାର ପାଇଁ ରାଡାର ଯୁକ୍ତ ଡ୍ରୋନକୁ ନିୟୋଜିତ କରାଯାଇଛି । ଏହି ଡ୍ରୋନ ଭୂ- ପୃଷ୍ଠରୁ ୧୨୦ ମିଟର ଉଚ୍ଚତାରେ ଉଡ଼ିବା ସହିତ ପ୍ରାୟ ୪୦ ହେକ୍ଟର ଏରିଆ ସର୍ଚ୍ଚ କରିପାରିବ । ଏଥିରେ ରାଡାର ସିଷ୍ଟମକୁ ବ୍ୟବହାର କରାଯାଇଛି । ଏହି ଡ୍ରୋନ୍ ଶବ୍ଦ ତରଙ୍ଗ ପଠାଇଥାଏ ଏବଂ ଏହା ଦ୍ୱାରା ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥାଏ ।
ଏହି ରାଡାର ଡ୍ରୋନ ଏବେ ୱାୟନାଡ ଭୂ-ସ୍ଖଳନ ହୋଇଥିବା କ୍ଷେତ୍ରରେ ଉଦ୍ଧାରକାରୀଙ୍କୁ ସହଯୋଗ କରୁଛନ୍ତି । ଗାଁରେ ରେସକ୍ୟୁ ସାମିଲ ହୋଇଥିବା ଜଣେ ଅଧିକାରୀ କହିଛନ୍ତି, ଭୂ-ସ୍ଖଳନରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ମୁଣ୍ଡସ୍କାଇ ସର୍ଚ୍ଚ ଅପରେସନ ସମୟରେ ଏହି ରାଡାର ଗ୍ରୀନ ସିଗନାଲ୍ ଦେଇଛି ।
ଲଗାତାର ଲଗାତାର ନିଶ୍ୱାସ ପ୍ର ନେଉଥିବା କୌଣସି ପ୍ରଶ୍ୱାସ ଣସି ଜୀବଙ୍କ ସଙ୍କେତ ଦେଇଛି । ୱାୟନାଡ ଭୁ-ସ୍ଖଳନର ଶେଷ ଅପଡେଟ୍ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୫୮ ପାର୍ କରିଛି ଏବଂ ଏବଂ ୩୦୦ରୁ ଅଧିକ ଏବେବି ନିଖୋଜ ରହିଛନ୍ତି । ତେବେ ନିଖୋଜଙ୍କୁ ଖୋଜିବାକୁ ଜୋରରଦାର ପ୍ରାୟସ ଚାଲିଛି ।












Click it and Unblock the Notifications