ନେପାଳ ଜେଲ୍ରୁ ଫେରାର ୩୫ କଏଦୀ ଭାରତ ସୀମାରେ ଅଟକ, ଅନୁପ୍ରବେଶ କରିବାକୁ ଉଦ୍ୟମ
ନେପାଳ ଜେଲ୍ରୁ ଫେରାର ୩୫ କଏଦୀ ସଶସ୍ତ୍ର ସୀମା ବଳ ଦ୍ବାରା ଅଟକ । ଭାରତ-ନେପାଳ ସୀମାରୁ ୩୫ କଏଦୀଙ୍କୁ ଧରିଲାଣି ସଶସ୍ତ୍ର ସୀମା ବଳ । ସୀମାନ୍ତ ଉତ୍ତର ପ୍ରଦେଶରୁ ସର୍ବାଧିକ ୨୨ କଏଦୀ ଧରାପଡ଼ିଲେଣି । ବିହାରରେ ୧୦ ଓ ପଶ୍ଚିମବଙ୍ଗ ସୀମାରୁ ୩ କଏଦୀ ଧରାପଡ଼ିଛନ୍ତି ।

ସେପଟେ ଦୁଇ ଦିନ ତଳେ ଯେଉଁଠି ଜେନ ଜେଡର ଯୁବପିଢିମାନେ ହୋହଲ୍ଲା, ହଙ୍ଗାମା, ଜଳାପୋଡା, ଭଙ୍ଗାରୁଜା କରିଥିଲେ ଗତକାଲି ସେଠି ସେମାନେ ପୁଣି ଥରେ ଏକଜୁଟ ହୋଇ ସଫେଇ କାମରେ ଲାଗି ପଡିଛନ୍ତି । ଶତାଧିକ ଯୁବପିଢି ଏକାଠି ହୋଇ ଭଙ୍ଗା କାଚ, ଇଟା ପଥର, ଜଳାପୋଡା ଗାଡି ସବୁ ସଫା କରୁଛନ୍ତି । ରାସ୍ତାକୁ ସ୍ବଚ୍ଛ କରିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ସୂଚାଉଛି କି ନେପାଳରେ ଏବେ ସ୍ଥିତି ସୁଧୁରୁଛି । ଜଣେ ଯୁବକ କହିଛନ୍ତି ଆମର ବିରୋଧୀ ଯୁବପିଢିଙ୍କୁ ସୁବିଧା ସୁଯୋଗ ଦିଆଯାଉ ନଥିବା ନେଇ ହୋଇଥିଲା ତାମାନେ ନୁହେଁ ଯେ ଏ ସହର ଏମିତି ଅବସ୍ଥାରେ ରହିବ । ଆମେ ଭାଙ୍ଗିପାରୁ ବି ପୁନନିର୍ମାଣ କରିପାରୁ ।












Click it and Unblock the Notifications