ବାରାଣାସୀ ଘାଟରେ ଓଲଟିଲା ଡଙ୍ଗା, 35 ତୀର୍ଥଯାତ୍ରୀ ଉଦ୍ଧାର
ବାରାଣାସୀ ଘାଟରେ ଓଲଟିଲା ଡଙ୍ଗା। 35 ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯିବା ନେଇ ପୋଲିସ ସୂଚନା ଦେଇଛି ।
ବାରଣାସୀ: ବଡ ଦୁୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ 35 ତୀର୍ଥଯାତ୍ରୀ । ଉତ୍ତରପ୍ରଦେଶ ବାରାଣାସୀର ଘାଟରେ ବୁଡିଲା ଡଙ୍ଗା । ଫଳରେ ଡଙ୍ଗାରେ ଥିବା 35 ଯାତ୍ରୀ ବୁଡିଯାଇଥିଲେ । ଆନ୍ଧ୍ରପ୍ରଦେଶର 35 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଶନିବାର ସକାଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଖବର ପାଇ ଉତ୍ତରପ୍ରଦେଶ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ଭିତରେ ହିଁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା ବୋଲି ପୋଲିସ କହିଛି।ଆନ୍ଧ୍ରପ୍ରଦେଶର ତୀର୍ଥଯାତ୍ରୀମାନେ ଶୀତଲା ଘାଟ ସମ୍ମୁଖରେ ବୁଡ଼ି ଯାଇଥିଲା ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଉପସ୍ଥିତ ଥିବା ଡଙ୍ଗା ଚାଳକ ଏବଂ ପୋଲିସ ତୀର୍ଥଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ହୋଇଥିବା ତୀର୍ଥଯାତ୍ରୀଙ୍କ ମଧ୍ୟରୁ ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ବର୍ତ୍ତମାନ ଦୁହିଁଙ୍କର ଚିକିତ୍ସା କରାଯାଉଥିବା ନଇ ଖବର ମିଳିଛି।
ତେବେ ଦୁର୍ଘଟଣା କାହିଁକି ଘଟିଲା, ଏହାର କାରଣ ଚାଳକଙ୍କ ଅବହେଳା ବୋଲି ଅଭିଯୋଗ ହୋଇଛି । ଏନେଇ ଡଙ୍ଗାଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି।












Click it and Unblock the Notifications