ଦିଲ୍ଲୀରେ ଡରାଇଲାଣି କରୋନା, ପୁଣି ଲାଗୁ ହୋଇପାରେ କଟକଣା
କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପର ମୁହଁ ହେଉଛି କରୋନା । ଦିଲ୍ଲୀରେ ଏବେ ସଂକ୍ରମିତ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ନୂଆ ମାମଲାକୁ ନେଇ ସ୍କୁଲ୍ରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି ।
ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଉପର ମୁହଁ ହେଉଛି କରୋନା । ଦିଲ୍ଲୀରେ ଏବେ ସଂକ୍ରମିତ ବଢ଼ୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୫ ନୂଆ ମାମଲାକୁ ନେଇ ସ୍କୁଲ୍ରେ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ପୁଣି ଲାଗୁ ହୋଇପାରେ କରୋନା କଟକଣା ।

ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ । ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ ।
ଗତ ସୋମବାର ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି ।
ଅପରପକ୍ଷେ ନୋଏଡାରେ, ଗତ ୭ ଦିନ ମଧ୍ୟରେ ୪୪ ପିଲା କୋଭିଡ୍ ପଜିଟିଭ୍ ହୋଇଥିବା ଜଣାପଡ଼ିଥିଲା । ସିଏମଓ ପକ୍ଷରୁ କୁହାଯାଇଛି ଯେ, ଏମାନଙ୍କ ମଧ୍ୟରେ ୧୬ ଜଣ କିଶୋରବର୍ଗର ଥିବା ସୂଚନା ମିଳିଛି । ଏବେ ନୋଏଡାରେ ସମୁଦାୟ କରୋନା ମାମଲା ୧୬୭ ଥିବା ବେଳେ ସେଥିମଧ୍ୟରୁ ପ୍ରଭାବିତ ପିଲାମାନଙ୍କ ସଂଖ୍ୟା ୨୬.୩% ବୋଲି ରିପୋର୍ଟ ଦିଆଯାଇଛି ।
ସେହିପରି ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୯୪୯ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୬ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧,୦୦୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୯,୯୭୨ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୬ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୧,୭୪୭ରେ ପହଞ୍ଚିଛି।












Click it and Unblock the Notifications