ବିଜେପି ସହ ଯୋଗାଯୋଗରେ ଅଛନ୍ତି ଆପ୍‌ର ୩୦ ବିଧାୟକ,ଏଭଳି କିଛି ଦାବି କଲେ କଂଗ୍ରେସ ନେତା

ପଞ୍ଜାବରେ ଆମ ଆଦମୀ ପାର୍ଟି(AAP) ବିଧାୟକମାନେ ବିଜେପି ସହ ସମ୍ପର୍କରେ ଅଛନ୍ତି। ୩୦ରୁ ୩୫ ଆପ୍‌ ବିଧାୟକ ବିଜେପି ଯୋଗାଯୋଗରେ ରହିଥିବା ଦାବି କରିଛନ୍ତି କଂଗ୍ରେସ ନେତା ପ୍ରତାପ ସିଂହ ବାଜୱା। ପଞ୍ଜାବର ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବାଜୱାଙ୍କ ଏପରି ଦାବି ରାଜ୍ୟ ରାଜନୀତିକୁ ସରଗରମ କରିଛି।

ଦିଲ୍ଲୀରେ ଆପ୍‌ ଚିତପଟାଙ୍ଗ ମାରିବା ଏବଂ ଖୋଦ ଦଳର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ନିର୍ବାଚନରେ ପରାଜିତ ହେବା ପରେ ଦଳର ଭବିଷ୍ୟତ କ'ଣ ତାହାକୁ ନେଇ ଅନେକ ନେତା ସନ୍ଦିହାନ ଅବସ୍ଥାରେ ରହିଛନ୍ତି। ତେଣୁ ସେମାନେ ବିଜେପି ସହିତ ଯୋଗାଯୋଗରେ ରହିଥିବା କୁହାଯାଉଛି। ପ୍ରତାପ କହିଛନ୍ତି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମନଙ୍କ ସହିତ ଅନେକ ବିଧାୟକଙ୍କର ପଡ଼ୁନାହିଁ।

CONGRESS

ପୂର୍ବ ତୁଳନାରେ ଏବେ ତାଙ୍କ ପ୍ରତି କମ୍‌ ବିଧାୟକଙ୍କ ସମର୍ଥନ ରହିଛି। ସେ ଆହୁରି କହିଛନ୍ତି ଯେ, ପଞ୍ଜାବ ସରକାର ହାୱାଲା ଜରିଆରେ ହଜାର ହଜାର କୋଟି ଟଙ୍କା ଅଷ୍ଟ୍ରେଲିଆ ଏବଂ ଅନ୍ୟ ଦେଶକୁ ପଠାଇଛନ୍ତି। କେଜ୍ରିୱାଲଙ୍କୁ ଟାର୍ଗେଟ କରି ସେ କହିଥିଲେ ଦିଲ୍ଲୀରେ ଲୁଟ କରିବା ଆପ୍‌ର ମଡେଲ ଥିଲା। ଏଠାକାର ସରକାର ଦିଲ୍ଲୀରୁ ଏହି ବିଶେଷତ୍ଵକୁ ଆଣିଛନ୍ତି। ଏଠାରେ ବି ଲୁଟିବା ଜାରି ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+