କୋରନାର ନୂଆ ସବ୍ଭାରିଆଣ୍ଟ JN-1ରେ ଲାଗୁନି ବ୍ରେକ୍, ପୁଣି ଦେଶରେ ୩୧୨ମାମଲା ଚିହ୍ନଟ
ନୂଆନିଲ୍ଲୀ:ଦେଶରେ କରୋନା ସଂକ୍ରମଣ ମାମଲାରେ ଲାଗୁନି ବ୍ରେକ୍ । ଗତ ଏକ ମାସ ମଧ୍ୟରେ ଦେଶର ଅନେକ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଘଟିଛି । ଆଇଏନ୍ଏସ୍ଏସିଓଜି ସୂଚନାଅନୁଯାୟୀଦେଶରେ ମୋଟ ୩୧୨ ଜଣ କୋଭିଡ୍-୧୯ର ସବ୍ଭାରିଆଣ୍ଟ ଜେଏନ୍.୧ରେ ସଂକ୍ରମିତ ଥିବା ଚିହ୍ନଟ ହୋଇଛନ୍ତି । ସେଥିରୁ ୪୭ ପ୍ରତିଶତ କେରଳର ବୋଲି ଚିହ୍ନଟ ହୋଇଥିବା ଜଣା ପଡ଼ିଛି ।
କେରଳରେ ୧୪୭ ଜଣ ଜେଏନ୍.୧ରେ ଆକ୍ରାନ୍ତ ହୋଇଥିବାବେଳେ ଗୋଆ ୫୧, ଗୁଜରାଟ ୩୪, ମହାରାଷ୍ଟ୍ର ୨୬, ତାମିଲନାଡୁ ୨୨, ଦିଲ୍ଲୀ ୧୬, କର୍ନାଟକ ୮, ରାଜସ୍ଥାନ ୫, ତେଲଙ୍ଗାନା ୨ ଏବଂ ଓଡ଼ିଶାରେ ଜଣେ ସଂକ୍ରମିତ ହୋଇଛନ୍ତି । ଦେଶରେ କୋଭିଡ୍ ସଂକ୍ରମଣ ବଢ଼ିଚାଲିଥିବାରୁ ହସ୍ପିଟାଲଗୁଡ଼ିକରେ ମହାମାରୀ ପ୍ରସ୍ତୁତି ଏବଂ ସର୍ଭିଲାନ୍ସ ଉପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଗୁରୁତ୍ୱ ଦେଇଛନ୍ତି । ରୋଗରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସେମାନଙ୍କ ପାଖରେ ପହଞ୍ଚିବା ଜରୁରୀ ବୋଲି ମାଣ୍ଡବ୍ୟ ଏନ୍ସିଡିସି ଶାଖାର ଶିଳାନ୍ୟାସ ଅବସରରେ କହିଛନ୍ତି ।

ଏନ୍ସିଡିସିର ଆଞ୍ଚଳିକ ଶାଖା ଆସାମରେ ଖୋଲିବାକୁ ଥିବାବେଳେ ୬ଟି ରାଜ୍ୟ ଶାଖା ଓଡ଼ିଶା, ହରିୟାଣା, ତାମିଲନାଡୁ, କର୍ନାଟକ, ପଶ୍ଚିମବଙ୍ଗ ଏବଂ ମିଜୋରାମରେ ପ୍ରତିଷ୍ଠା କରାଯିବ । ସେହିପରି ହିମାଚଳପ୍ରଦେଶ ଓ ଝାଡ଼ଖଣ୍ଡରେ ବିଏସ୍ଏଲ୍-୩ ଲାବ୍ ନିର୍ମାଣ ହେବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାଣ୍ଡବ୍ୟ କହିଛନ୍ତି ।












Click it and Unblock the Notifications