୩୧ ମାଓବାଦୀ ଗିରଫ

ଛତିଶଗଡ ପୋଲିସକୁ ମିଳିଛି ବଡ ସଫଳତା। ବିଜୟୱାଡା, କୃଷ୍ଣା ଜିଲ୍ଲା ଏବଂ କାକିନାଡାରେ ବ୍ୟାପକ ତଲାସ ସମୟରେ ପୋଲିସ ଛତିଶଗଡ଼ର ବରିଷ୍ଠ ମାଓ ନେତାଙ୍କ ସମେତ ୩୧ ଜଣ ମାଓବାଦୀଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ବିଜୟୱାଡାର କାନୁରୁ ଅଞ୍ଚଳର ନ୍ୟୁ ଅଟୋନଗରର ଏକ ଚାରି ମହଲା କୋଠାରୁ ୨୭ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି।

ପୋଲିସ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଅନେକ ମାଓବାଦୀ ଶ୍ରମିକ ନେଶରେ ଲୁଚି ପଳାଇବାକୁ ଚେଷ୍ଟା କରୁଥିଲେ । ଏହି ଅପରେସନ ଆନ୍ଧ୍ର-ଓଡିଶା ସୀମାନ୍ତରେ ତୀବ୍ର ମାଓ ବିରୋଧୀ ଅପରେସନ ସହିତ ଜଡିତ। ଗିରଫ ହୋଇଥିବା ମାଓବାଦୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଥିଲେ ଯେଉଁମାନେ ଶ୍ରମିକ ବେଶରେ ଆଶ୍ରୟ ନେଇଥିଲେ ବୋଲି ଜଣାପଡ଼ିଛି।

naxal

ସହରରେ ମାଓବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ସୁରକ୍ଷା ବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଅତିରିକ୍ତ ମହାନିର୍ଦ୍ଦେଶକ (ଗୋଇଣ୍ଟା) ମହେଶ ଚନ୍ଦ୍ର ଲଡ୍ଡା କହିଛନ୍ତି ଯେ ସନ୍ଦେହ ଘେରରେ ନ ଆସିବା ପାଇଁ ମାଓବାଦୀମାନେ କୃଷ୍ଣା ଜିଲ୍ଲା, ବିଜୟୱାଡା ଏବଂ କାକିନାଡାରୁ ମୋଟ ୩୧ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ବିଜୟୱାଡା ଏବଂ ଏହାର ଆଖପାଖ ଅଞ୍ଚଳ, ବିଶେଷକରି ଅଟୋନଗରରେ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟରୁ ବହୁ ସଂଖ୍ୟକ ପ୍ରବାସୀ ଶ୍ରମିକ ଭାବେ ବିଭିନ୍ନ କାରଖାନା ଏବଂ କାଠ ଡିପୋରେ ନିୟୋଜିତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+