ସୁରକ୍ଷାକର୍ମୀଙ୍କ ଗୁଳିରେ ୩୦ ନକ୍ସଲ ନିପାତ, ଦୀର୍ଘ ସମୟ ଧରି ହୋଇଥିଲା ଗୁଳି ବିନିମୟ

ଛତିଶଗଡ଼ ସୀମାନ୍ତରେ ସୁରକ୍ଷାକର୍ମୀଙ୍କୁ ବଡ଼ଧରଣର ସଫଳତା ମିଳିଛି। ଏନକାଉଣ୍ଟରରେ ନିପାତ ହୋଇଛନ୍ତି ୩୦ ଜଣ ନକ୍ସଲ। ଆଜି ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଦୀର୍ଘସମୟ ଧରି ହୋଇଥିବା ଗୁଳିବିନିମୟ ହୋଇଥିଲା।

naxals

ସୂଚନା ଅନୁସାରେ, ଛତିଶଗଡ଼ର ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ପ୍ରଥମେ ୭ ଜଣ ନକ୍ସଲ ନିପାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହାପରେ ୧୪ ଜଣ ନିପାତ ହୋଇଥିବା ନେଇ ଛତିଶଗଡ଼ ପୁଲିସ ସ୍ପଷ୍ଟ କରିଥିଲା। ଏବେ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି।

ନିହତ ହୋଇଥିବା ସମସ୍ତ ନକ୍ସଲଙ୍କ ମୃତଦେହ ମଧ୍ୟ ଜବତ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ଖବର ଲେଖା ହେବା ବେଳକୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା। ନକ୍ସଲ ପାଲଟା ଆକ୍ରମଣ କରିଥିଲେ ମଧ୍ୟ ସମସ୍ତ ସୁରକ୍ଷାକର୍ମୀ ସୁରକ୍ଷିତ ଥିବା ଦନ୍ତେୱାଡ଼ା ଏସପି ସୂଚନା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+