ମହାକୁମ୍ଭ ମେଳାରେ ବୁଡ ପକାଇ ୩ ହଜାର ଭକ୍ତ ଅସୁସ୍ଥ

ଭକ୍ତ ସମୁଦ୍ର ପାଲଟିଛି ପ୍ରୟାଗରାଜ। ଉତ୍ତରପ୍ରଦେଶର ପ୍ରୟାଗରାଜରେ ମହାକୁମ୍ଭ ୨୦୨୫ ଜାନୁଆରୀ ୧୩ରୁ ଆରମ୍ଭ ହୋଇଯାଇଛି। ଏଥର ମହାକୁମ୍ଭରେ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଶୀତର ପ୍ରଭାବ ମଧ୍ଯ ରହିଛି।

mahakumbh mela 2025

ସୂଚନା ଅନୁଯାୟୀ, ସାହି ସ୍ନାନ ପରେ ଅତ୍ୟଧିକ ଥଣ୍ଡା ଏବଂ ଶୀତ ଯୋଗୁଁ ତିନି ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ପ୍ରାୟ ୩ ହଜାର ଲୋକ ଥଣ୍ଡା ଯୋଗୁଁ ଅସୁସ୍ଥ ହୋଇପଡ଼ିଥିଲା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଅମୃତ ସ୍ନାନ କରିବା ପରେ ୩ ଜଣଙ୍କ ମୃତ୍ୟୁ ମଧ୍ଯ ଘଟିଛି।

ପ୍ରସିଦ୍ଧ ଆମେରିକୀୟ କମ୍ପାନୀ ଆପଲର ପ୍ରତିଷ୍ଠାତା ଷ୍ଟିଭ ଜବସଙ୍କ ପତ୍ନୀ ଲରେନ୍ ପାୱେଲ ଜବସ ମହାକୁମ୍ଭରେ ସାମିଲ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ମଧ୍ଯ ଖରାପ ଥିବା ଜଣାପଡିଛି।

କେନ୍ଦ୍ରୀୟ ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ ଗତ ସୋମବାର ମୋଟ ୩୧୦୪ ଜଣ ରୋଗୀ ଚିକିତ୍ସା ପାଇଁ ଓପିଡି ଆସିଥିଲେ। ଏଥିମଧ୍ୟରୁ ୨୬୨ ଜଣ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା ବେଳେ ଗୁରୁତର ଅବସ୍ଥାରେ ୩୭ ଜଣ ରୋଗୀଙ୍କୁ ଅନ୍ୟ ଡାକ୍ତରଖାନାକୁ ପଠାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+