ସେନାକୁ ବଡ ସଫଳତା: ୩ ଆତଙ୍କୀ ସେନା ଗୁଳିରେ ନିହତ
ଜମ୍ମୁ-କାଶ୍ମୀରର କିସ୍ତୱାଡା ଜିଲ୍ଲାର ଛତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷା ବାହିନୀକୁ ସର୍ଚ୍ଚ ଅପରେସନ ସମୟରେ ବଡ଼ ସଫଳତା ମିଳିଛି । ସେନା ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହି ଅପରେସନ୍ ୯ ଏପ୍ରିଲରୁ ଚାଲିଥିଲା। ଶୁକ୍ରବାର ପୂର୍ବରୁ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଆଜି ସୁରକ୍ଷା ବାହିନୀ ଗୁଳିରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ନେଇ ସୂଚନା ରହିଛି ।
ସୂଚନା ଅନୁଯାୟୀ, ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଜୈଶ-ଏ-ମହମ୍ମଦର ଶୀର୍ଷ କମାଣ୍ଡର ସୈଫୁଲ୍ଲା ଥିଲା। ବର୍ତ୍ତମାନ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି ଏବଂ ସୁରକ୍ଷା ବାହିନୀ ସଜାଗ ରହିଛନ୍ତି ।

ଜଙ୍ଗଲରେ ସେନା ୯ ଏପ୍ରିଲରୁ ସର୍ଚ୍ଚ ଅପରେସନ୍ ଜାରି ରଖିଛି ।ଗୁରୁବାର ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହା ପରେ, ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରିଛି । ସେନା, ପୋଲିସ ଏବଂ ସିଆରପିଏଫ କର୍ମଚାରୀଙ୍କ ସହିତ ପାରା କମାଣ୍ଡୋମାନେ ଅନ୍ୟ ଆତଙ୍କବାଦୀଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି।












Click it and Unblock the Notifications