ପୁଲୱାମା ଏନକାଉଣ୍ଟରରେ 3 ଆତଙ୍କୀ ସଫା
ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଅଞ୍ଚଳରେ ଏନକାଉଣ୍ଟର । 3 ଆତଙ୍କବାଦୀ ନିପାତ । ଏନେଇ ଜମ୍ମୁ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଦ୍ରାବଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସୁରକ୍ଷାବଳ ।
ଶ୍ରୀନଗର: ପୁଲଓ୍ବାମା ଜିଲ୍ଲାର ଦ୍ରାବଗାମ ଅଞ୍ଚଳରେ ଏନକାଉଣ୍ଟର । 3 ଆତଙ୍କବାଦୀ ନିପାତ । ଏନେଇ ଜମ୍ମୁ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଦ୍ରାବଗାମ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ କଡାକଡି କରିଥିଲା ସୁରକ୍ଷାବଳ । ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହେବା ପରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା ।

ତେବେ, ସମସ୍ତ ମୃତ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ହୋଇଥିବା ଜଣାପଡିଛି । ଆତଙ୍କୀମାନେ ହେଲେ ଫାଜିଲ ନାଜିର୍ ଓ ଇରଫାନ୍ ଆହ ମଲିକ୍ । ଆତଙ୍କୀମାନଙ୍କ ଘର ପୁଲଓ୍ବାମା ଜିଲ୍ଲାରେ ବୋଲି ଜଣା ପଡିଛି । ଘଟଣାସ୍ଥଳରୁ ବ୍ୟାପକ ପରିମାଣର ମାରଣାସ୍ତ୍ର, ଏକେ 47 ରାଇଫଲ ଓ ଗୋଟିଏ ପିସ୍ତଲ ଜବତ ହୋଇଛି । ଅନ୍ୟ ଜଣେ ଆତଙ୍କୀ ହେଉଛି ସହିଦ ପୋଲିସ କନଷ୍ଟେବଲ ରୟାଜ ଅହେମ୍ମଦଙ୍କ ହତ୍ୟାକାରୀ ଜୁନାଇଦ୍ ଶ୍ରୀଗୋଜରୀ ।
ତେବେ ଏମାନେ ସମସ୍ତ ଲସ୍କର-ଇ-ତୋଇବା ଆତଙ୍କୀ ସଂଗଠନର ବୋଲି ଜଣାପଡିଛି । ତେବେ ଘାଟିରେ ସେନା ଲଗାତର ସର୍ଚ୍ଚ ଅପରେସନ ଜାରି ରଖିଥିବା ବେଳେ କ୍ରମାଗତ ସଫଳତା ମଧ୍ୟ ପାଇବାରେ ଲାଗିଛି । ଗତ 2 ସପ୍ତାହ ମଧ୍ୟରେ ପ୍ରାୟ 10ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିବା ସହ କିଛି ସକ୍ରିୟ ଆତଙ୍କୀଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications