ଅଟୋକୁ ପିଟିଲା ବସ୍‌, ୪ଜଚ୍ଚଙ୍କର ଗଲା ଜୀବନ

ନୂଆଦିଲ୍ଲୀ : ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋକୁ ଧକ୍କା ଦେଲା ଟ୍ରକ । ଫଳରେ ଘଟଣାସ୍ଥଳରେ ୩ ଜଣ ପିଲାଙ୍କ ସହ ଅଟୋ ଡ଼୍ରାଇଭରଙ୍କ ମୃତ୍ୟୁ ହୋଇଛି। ଏଥିସହ ଟ୍ରକ ଓ ୧୧ ଜଣ ପିଲା ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ରାମଗଡ-ବୋକାରୋ ରାସ୍ତାର ଗୋଲା ତିର୍ଲା ନିକଟରେ ଏହି ଦୁର୍ଘଟଣା ଘଟିଛି। ଗଡବିଲ ମିଶନ ସ୍କୁଲ ପିଲାମାନଙ୍କୁ ନେଇ ଅଟୋ ଯାଉଥିବା ବେଳେ ତିର୍ଲା ନିକଟରେ ଧକ୍କା ଦେଇଥିଲା ଏଲପି ଟ୍ରକ । ଫଳରେ ୩ଜଣ ସ୍କୁଲ ପିଲା ଏବଂ ଅଟୋ ଡ୍ରାଇଭର ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ସେହିପରି ଏହି ଦୁର୍ଘଟଣାରେ ଏକ ଡ଼ଜନରୁ ଅଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଶିଶୁ ଆହତଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା।

3 school children among 4 killed 8

ସେପଟେ ଘଟଣାସ୍ଥଳରେ ଏକାଧିକ ଲୋକ ଏକଜୁଟ ହୋଇଥିବା ବେଳେ ଯାନବାହନ ଚଳଚଳରେ ବାଧାପ୍ରାପ୍ତ ହୋଇଥିଲା । ଏନେଇ ସୂଚନା ପାଇ ରାମଗଡ ବିଧାୟକ ମମତା ଦେବୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ପ୍ରକାଶ ଥାଉକି,ଝାଡ଼ଖଣ୍ଡରେ ପ୍ରବଳ ଥଣ୍ଡା ହେତୁ ସରକାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଷ୍ଟମ ପର୍ଯ୍ୟନ୍ତ ପାଠପଢା ବନ୍ଦ ରହିବ। ଏହା ସତ୍ତ୍ୱେ ଛୋଟ ପିଲାମାନଙ୍କୁ ସ୍କୁଲକୁ ଡକାଯାଉଛି । ଏହି କାରଣରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+