ଗୁଜୁରାଟ ଉପକୂଳରୁ 3 ପାକିସ୍ତାନୀ ବୋଟ୍ ଜବତ
ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଆଜି ଗୁଜୁରାଟର ହରାମୀ ନଳା ଅଞ୍ଚଳରୁ 3 ପାକିସ୍ତାନୀ ମାଛଧାର ବୋଟକୁ ଜବତ କରିଛି ବିଏସଏଫ । ଆଜି ପାଟ୍ରୋଲିଂ ସମୟରେ ଧରାପଡିଛି ଏହି ବୋଟ୍। କିନ୍ତୁ ଖସିଯାଇଛନ୍ତି ବୋଟ୍ ରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବି।
ଅହମ୍ମଦାବାଦ: ପୁଣି ଭାରତୀୟ ଜଳସୀମାରେ ପାକିସ୍ତାନୀ ବୋଟ । ଆଜି ଗୁଜୁରାଟର ହରାମୀ ନଳା ଅଞ୍ଚଳରୁ 3 ପାକିସ୍ତାନୀ ମାଛଧାର ବୋଟକୁ ଜବତ କରିଛି ବିଏସଏଫ । ଆଜି ପାଟ୍ରୋଲିଂ ସମୟରେ ଧରାପଡିଛି ଏହି ବୋଟ୍। କିନ୍ତୁ ଖସିଯାଇଛନ୍ତି ବୋଟ୍ ରେ ଥିବା ପାକିସ୍ତାନୀ ମତ୍ସ୍ୟଜୀବି।

ବୋଟ ଜବତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ କଡାକଡି କରାଯାଇଛି । ବୋଟ୍ ରୁ ଜାଲ ସମେତ କିଛି ମାଛଧରା ସାମଗ୍ରୀ ଜବତ କରିଛି ସୁରକ୍ଷା ବଳ । ପାକିସ୍ତାନୀ ମତ୍ସ୍ୟଜୀବୀ ଗିରଫ ହେବା ଘଟଣା ପ୍ରଥମ ନୁହେଁ । ଏହା ପୂର୍ବରୁ ନିକଟରେ ପାକିସ୍ତାନୀ ବୋଟ ସହ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିଲା ବିଏସଏଫ । ଏହି ଘଟଣାରେ 9 ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।
ଏହି ନିଶା କାରବାର ରାକେଟ ପାକିସ୍ତାନର କରାଚୀରୁ କରାଯାଇଥିବା ସନ୍ଦେହ କରିଥିଲା ପୋଲିସ । ତେବେ କଡା ପାଟ୍ରୋଲିଂ ସତ୍ତ୍ବେ ମଧ୍ୟ ବାରମ୍ବାର ଏପରି ଅନୁପ୍ରବେଶ ଭାରତୀୟ ତଟ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।












Click it and Unblock the Notifications