ପୁଣି ଲୋକସଭାରୁ ନିଲମ୍ବିତ ହେଲେ ୩ ସାଂସଦ
ନୂଆଦିଲ୍ଲୀ : ଲୋକ ସଭାରୁ ଆଉ ୩ ସାଂସଦଙ୍କୁ ନିଲମ୍ବିତ କଲେ ବାଚସ୍ପତି । ଲୋକ ସଭା ବାଚସ୍ପତି ଗୃହକୁ ଅବମାନନା କରିବାକୁ ନେଇ ଚଳିତ ଶୀତକାଳୀନ ଅଧିବେଶନରୁ କଂଗ୍ରେସର ସାଂସଦ ନକୁଳନାଥ, ଡି.କେ ସୁରେଶ ଏବଂ ଦୀପକ ବୈଜ୍ଙ୍କୁ ନିଲମ୍ବିତ କରିଛନ୍ତି। ଏହା ସହିତ ନିଲମ୍ବିତ ଏମ୍ପିଙ୍କ ସଂଖ୍ୟା 144କୁ ବୃଦ୍ଧି ପାଇଛି ।

ଏମ୍ପିଙ୍କ ନିଲମ୍ବନ ପ୍ରକ୍ରିୟା ଡିସେମ୍ବର ୧୪ରେ ଆରମ୍ଭ ହୋଇଥିଲା, ଯେତେବେଳେ ବିରୋଧୀ ଏମ୍ପିମାନେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସଂସଦର ସୁରକ୍ଷା ଉଲ୍ଲଂଘନ ସମ୍ପର୍କରେ ବିବୃତ୍ତି ଦାବି କରିଥିଲେ।
ଶୀତ ଅଧିବେଶନରେ ସାଂସଦମାନେ ପ୍ରଥମ ଥର ପାଇଁ ଡିସେମ୍ବର 14 ରେ ନିଲମ୍ବିତ ହୋଇଥିଲେ। ଡିସେମ୍ବର 14 ରେ ଲୋକସଭାର 13 ଜଣ ସାଂସଦ ଏବଂ ରାଜ୍ୟସଭାର 1 ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ ଡିସେମ୍ବର 18 ରେ ଲୋକସଭାର 33 ସାଂସଦ ଏବଂ ରାଜ୍ୟସଭାର 45 ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ଏହା ପରେ 19 ଡିସେମ୍ବରରେ 49 ଜଣ ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଥିଲା ଏବଂ ବର୍ତ୍ତମାନ 21 ଡିସେମ୍ବରରେ ପୁଣି ଥରେ 3 ସାଂସଦଙ୍କୁ ଲୋକସଭାରୁ ନିଲମ୍ବିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଲୋକସଭାର ମୋଟ 98 ସାଂସଦ ଏବଂ ରାଜ୍ୟସଭାର 46 ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ଅର୍ଥାତ୍ ଉଭୟ ଗୃହରୁ ସମୁଦାୟ 144 ସାଂସଦଙ୍କୁ ନିଲମ୍ବିତ କରାଯାଇଛି।












Click it and Unblock the Notifications