ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇ ୩ ସାଂସଦ ଗଲା ମନ୍ତ୍ରୀପଦ , ଜାଣନ୍ତୁ କିଏ ସେହି ମନ୍ତ୍ରୀ

ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ 'ଏକ୍ସ'ରେ ଟ୍ରେଣ୍ଡ କରୁଛି ବୟକଟ୍ ମାଳଦ୍ୱୀପ । ମାଳଦ୍ୱୀପ ନେତାଙ୍କ ଭାରତ ବିରୋଧୀ ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନ ଜନକ ମନ୍ତବ୍ୟ ପରେ ତାତି ଉଠିଛନ୍ତି ଦେଶବାସୀ । ଏହାର ପରିଣାମସ୍ୱରୂପ ଲୋକେ ମାଳଦ୍ୱୀପକୁ ନେଇ ନକରାତ୍ମକ କମେଣ୍ଟ ଦେବା ସହ ନିଜ ନିଜର ବୁକିଂ ମଧ୍ୟ ବାତିଲ କରି ଦେଉଛନ୍ତି । ଆଉ ଏହି ସବୁ ଭିତରେ ମାଲଦୀପ ସରକାରଙ୍କ ୩ ଜଣ ମନ୍ତ୍ରୀ ଯେଉଁମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ ।

ଏହାକୁ ନେଇ ଭାରତ ପ୍ରତିକ୍ରିୟା ପ୍ରକାଶ କରିବା ପରେ ମାଲିଦୀପ ସରକାର ସେହି ୩ ମନ୍ତ୍ରୀଙ୍କୁ ସସ୍ପେଣ୍ଡ କରିଛି । ମାଳଦ୍ୱୀପ ସରକାର ରବିବାର ନିଜର ତିନି ଜଣ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି । ନିଲମ୍ବିତ ହୋଇଥିବା ତିନି ମନ୍ତ୍ରୀ ହେଲେ ମରିୟମ୍ ଶ୍ୟୁନା, ମାଲସା ଓ ହାସନ ଜିହାନ୍ ।

ଏପଟେ ମାଲଦ୍ୱୀପ ସରକାର ନିଜ ମନ୍ତ୍ରୀଙ୍କ ବିବାଦୀୟ ବୟାନରୁ ନିଜକୁ ଦୂରେଇ ରଖିଛନ୍ତି । ଯେଉଁମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିଧା କରିବେ ନାହିଁ ବୋଲି ମାଲଦ୍ୱୀପ ସରକାର କହିଛନ୍ତି । ମାଲଦ୍ୱୀପର ଶାସକ ଦଳ ପ୍ରଗତିଶୀଳ ପାର୍ଟି ଅଫ ମାଲଦ୍ୱୀପ (ପିପିଏମ) ର ନେତା ଜାହିଦ ରମିଜ ମଧ୍ୟ ଫେସବୁକରେ ପୋଷ୍ଟ କରି ଭାରତ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ।

Narendra modi

ମାଲଦ୍ୱୀପ ସରକାରଙ୍କ ବିବୃତ୍ତିରେ କୁହାଯାଇଛି, ସରକାର ବିଶ୍ୱାସ କରନ୍ତି ଯେ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଭାବରେ ଅଭିବ୍ୟକ୍ତିର ସ୍ୱାଧୀନତା ପ୍ରୟୋଗ କରାଯିବା ଉଚିତ । ଏହା ଏପରି ଭାବରେ କରାଯିବା ଉଚିତ ଯାହା ଘୃଣା ଏବଂ ନକାରାତ୍ମକତାକୁ ବିସ୍ତାର କରିବ ନାହିଁ । ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ଯାହା ମାଲଦ୍ୱୀପ ଏବଂ ଆନ୍ତର୍ଜାତୀୟ ଭାଗିଦାରୀ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିବ । ମାଲଦ୍ୱୀପ ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଏହା ସେହି ମନ୍ତ୍ରୀଙ୍କ ବ୍ୟକ୍ତିଗତ ବିବୃତ୍ତି ଏବଂ ସରକାରଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ମାଳଦୀପ ସରକାର

ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଲକ୍ଷାଦ୍ୱୀପ ଗସ୍ତରେ ଯାଇଥିଲେ । ସେ ସେଠାରୁ ସୋସିଆଲ ମିଡ଼ିଆ ଏକ୍ସରେ ରେ ଅନେକ ଫଟୋ ପୋଷ୍ଟ କରିଥିଲେ । ଏହା ଉପରେ ମାଲଦୀପର ଯୁବ ସଶକ୍ତିକରଣ ମନ୍ତ୍ରୀ ମାରିୟମ ଶିଓନା ଏହି ପୋଷ୍ଟ ଉପରେ କିଛି ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ଏହା ପରେ ଭାରତୀୟ ମାନେ ବଏକୋଟମାଲଦ୍ୱିପ ଅଭିଯାନ ଆରମ୍ଭ କରିଥିଲେ ।

ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲକ୍ଷାଦ୍ୱୀପର କିଛି ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଥିଲେ, ଆଉ ସେବେ ଠୁ ମାଲଦ୍ୱୀପ ଏକ୍ସରେ ଟ୍ରେଣ୍ଡ କରିବା ଆରମ୍ଭ ହୋଇଥିଲା । ଅନେକ ଲୋକ ମାଲଦ୍ୱୀପ ପରିବର୍ତ୍ତେ ଲକ୍ଷାଦ୍ୱୀପ ପରିଦର୍ଶନ କରିବା କଥା କହିବା ଆରମ୍ଭ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+