ସାମ୍ବାଦିକଙ୍କ ପୂରା ପରିବାରକୁ ନିର୍ମମ ହତ୍ୟା

ନୂଆଦିଲ୍ଲୀ : ଛତିଶଗଡ଼ରେ ସାମ୍ବାଦିକ ମୁକେଶ ଚନ୍ଦ୍ରକରଙ୍କ ହତ୍ୟା ମାମଲା ଏପର୍ଯ୍ୟନ୍ତ ଶାନ୍ତ ହୋଇ ନଥିଲା, ଏବେ ଆଉ ଜଣେ ସାମ୍ବାଦିକଙ୍କ ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା କରାଯାଇଛି। ଶୁକ୍ରବାର ସୁରଜପୁର ଜିଲାରେ ସମ୍ପତ୍ତି ବିବାଦ ଯୋଗୁଁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର ସନ୍ତୋଷ କୁମାର ଟୋପୋଙ୍କ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।

ଶୁକ୍ରବାର ସୁରଜପୁର ଜିଲ୍ଲାରେ ସମ୍ପତ୍ତି ବିବାଦ ଯୋଗୁଁ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟର ସନ୍ତୋଷ କୁମାର ଟୋପୋଙ୍କ ସମ୍ପୂର୍ଣ୍ଣ ପରିବାରକୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକଙ୍କ ମଧ୍ୟରେ ସାମ୍ବାଦିକ ସନ୍ତୋଷଙ୍କ ବାପା-ମା' ଓ ଭାଇ ଅଛନ୍ତି।

ସନ୍ତୋଷଙ୍କ ବାପା-ମା' ଚାଷ ଜମିରେ କାମ କରୁଥିବା ବେଳେ ଶକୁବ୍ରାର ଅପରାହ୍ନ ୧ଟାରେ ଜଗନ୍ନାଥପୁରର ଖାରଗୱା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ​​ ପୁଲିସର ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।

3 members of same family brutally murdered o

ଶନିବାର ଦିନ, ଚାଷ ଜମିରେ କୌଣସି କଥାକୁ ନେଇ ବିବାଦ ପରେ, ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ପରେ ସନ୍ତୋଷଙ୍କ ଦାଦା ତାଙ୍କ ବାପା-ମା'ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସନ୍ତୋଷଙ୍କ ବାପା-ମା' ଏବଂ ଭାଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେପଟେ ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ଭାଇ ଗୁରୁତର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ କହିବା ମୁତାବକ, ଅଭିଯୁକ୍ତ ଏହି ସମସ୍ତଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା କୁହାଯାଇଛି। ସୂଚନା ପାଇବା ମାତ୍ରେ ଖାରଗୱା ପୁଲିସ ଷ୍ଟେସନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+