WFI ପାଇଁ ଗଠନ ହେଲା କାମଚଳା କମିଟି
ନୂଆଦିଲ୍ଲୀ: ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ନୂତନ ସଭାପତିଙ୍କୁ ବରଖାସ୍ତ କରାଯିବା ପରେ ଗଠନ୍ ହେଲା ହକ୍ କମିଟି ତଥା ଚଳା କମିଟି । ଭାରତୀୟ ଅଲିମ୍ପିକ ଆସୋସିଏସନ୍ ଏକ ୩ ଜଣିଆ ସଦସ୍ୟଙ୍କ ଏକ ହକ୍ କମିଟି ଗଠନ କରିଛି । ଏହି କମିଟି ବର୍ତ୍ତମାନ ଫେଡେରେଶନର ଦାୟିତ୍ୱ ତୁଳାଇବ । ଏହି କାମ ଚଳା କମିଟିର ଅଧ୍ୟକ୍ଷତା ଭୂପିନ୍ଦର ସିଂହ ବାଜୱା କରିବେ ଏବଂ ସଦସ୍ୟ ରୂପେ ଏମ୍.ଏମ୍ ସୌମ୍ୟା ଓ ମଞ୍ଜଷା କନୱର ରହିବେ ।
ଏହି କମିଟିକୁ ଫେଡେରେସନ୍ କାର୍ଯ୍ୟର ତଦାରଖ କରିବାର ଦାୟିତ୍ୱ ଦିଆଯାଇଛି। ଏହି କମିଟି ବ୍ୟାଙ୍କ ଆକାଉଣ୍ଟ, ୱେବସାଇଟ୍ କାର୍ଯ୍ୟ ଇତ୍ୟାଦି ଜିନିଷ ଉପରେ ମଧ୍ୟ ଦୃଷ୍ଟି ରିଖିବ । ଭୂପିନ୍ଦର ସିଂହ ବାଜୱା ବୁଶୁ ଆସୋସିଏସନ ଅଫ୍ ଇଣ୍ତିଆର ସଭାପତି ଥିଲେ । ଯେଉଁଥି ପାଇଁ ତାଙ୍କର ଖେଳ ସଙ୍ଗଠନ ଚଳାଇବାର ଦକ୍ଷତା ରହିଛି ।
Indian Olympic Association forms ad hoc committee to supervise WFI's operations, which include athlete selection, submitting entries for athletes to participate in international events, organizing sports activities, handling bank accounts, managing the website, and other related… pic.twitter.com/GUFnRDHFj2
— ANI (@ANI) December 27, 2023
ସୂଚନାଥାଉ ଯେ, ନିକଟରେ ଭାରତୀୟ ରେସଲିଂ ଆସୋସିଏସନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂଙ୍କ ନିକଟ ସହଯୋଗୀ କୁହାଯାଉଥିବା ସଞ୍ଜୟ ସିଂ ଜିତିଥିଲେ ଏବଂ ରେସଲର ଅନୀତା ଶୋରାନ୍ ପରାସ୍ତ ହୋଇଥିଲେ । ଏହି ନିର୍ବାଚନର ଫଳ ଆସିବା ପରେ ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲିକ କୁସ୍ତିରୁ ଅବସର ନେଇଥିଲେ ।

ସେ କହିଥିଲେ ଯେ ବ୍ରିଜ ଭୂଷଣଙ୍କ ପରି ଆଉ ଜଣେ ବର୍ତ୍ତମାନ ରେସଲିଂ ଆସୋସିଏସନର ସଭାପତି ହୋଇଛନ୍ତି । ଏହା ବ୍ୟତୀତ ସଞ୍ଜୟ ସିଂଙ୍କ ନିର୍ବାଚିତ ପରେ ବଜରଙ୍ଗ ପୁନିଆ ମଧ୍ୟ ତାଙ୍କ ପଦ୍ମଶ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ରଖି ଏକ ଚିଠି ମଧ୍ୟ ଲେଖିଥିଲେ । ତେବେ ଦିନକୁ ଦିନ ବିବାଦ ବଢୁଥିବାର ଦେଖି କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁସ୍ତି ମହାସଂଘତୁ ନିଲମ୍ବିତ କରାଯାଇଥିଲା । ଏହାସହ ସଞ୍ଜ ସିହଂଙ୍କ ପଦ୍ଦ ରଦ୍ଦ ହୋଇଥିଲା ।












Click it and Unblock the Notifications