ବିକାଶର ୩ ମନ୍ତ୍ର "ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ": ପ୍ରଧାନମନ୍ତ୍ରୀ ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜୟପୁରରେ " ଜାଗ୍ରତ ରାଜସ୍ଥାନ ବିଶ୍ୱସମ୍ମିଳନୀ -୨୦୨୪" ର ଉଦ୍‌ଘାଟନ କରିଛନ୍ତି । ଜୟପୁରର ପ୍ରଦର୍ଶନୀ ଓ କନ୍‌ଭେନ୍‌ସନ୍‌ ସେଣ୍ଟରରେ ଆୟୋଜିତ ୩ ଦିନିଆ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିକାଶର ତିନୋଟି ମନ୍ତ୍ର "ରିଫର୍ମ, ପରଫର୍ମ ଓ ଟ୍ରାନ୍ସଫର୍ମ" କୁ ଦୋହରାଇଛନ୍ତି। ଭାରତରେ ପୁଞ୍ଜିନିବେଶ କରିବା ପାଇଁ ବିଶ୍ବର ଶିଳ୍ପ ବିଶେଷଜ୍ଞ ଓ ପୁଞ୍ଜିପତିମାନେ ଅତ୍ୟନ୍ତ ଉତ୍ସାହିତ ଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଚଳିତ ଶତାବ୍ଦୀ ବୈଷୟିକ ଜ୍ଞାନକୌଶଳ ଓ ତଥ୍ୟର ଶତାବ୍ଦୀ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଭାରତ ଏହାର ନେତୃତ୍ୱ ନେଉଥିବା କହିଛନ୍ତି ।

ରାଜସ୍ଥାନ କେବଳ ବିକଶିତ ହେଉନାହିଁ ଏହା ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଛି। ରାଜସ୍ଥାନ ସବୁବେଳେ ଶିଖିବା ଓ ରୂପାନ୍ତରିତ ହେବାପାଇଁ ତତ୍ପର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ସମ୍ମିଳନୀରେ ୩୨ଟି ଦେଶର ପ୍ରତିନିଧ ଏବଂ ୧୭ଟି ସହଯୋଗୀ ରାଷ୍ଟ୍ର ଯୋଗ ଦେଇଛନ୍ତି। ରାଜସ୍ଥାନରେ ପୁଞ୍ଜିନିବେଶ ଓ ଶିଳ୍ପକୁ ପ୍ରୋତ୍ସାହନ ଦେବା ସହିତ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି ସମ୍ମିଳନୀ ଆୟୋଜନର ମୁଖ୍ୟ ଉଦ୍ଦେଶ୍ୟ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ଥାନ ବିକାଶ ଯାତ୍ରାରେ ଆଜି ଏକ ବଡ ଦିନ । ବିଭିନ୍ନତା ଭରା ଭାରତରେ ଡେମୋକ୍ରାସି ଏତେ ସଶକ୍ତ ହେଉଛି ଯାହା ବଡ ଉପଲବ୍ଧି । ଏହା ଦ୍ବାରା ମାନବତାର କଲ୍ୟାଣ ହେଉଛି । ଆଜି ଭାରତର ଜନତା ତାର ଡେମୋକ୍ରାଟି ହକ ଜରିଆରେ ସ୍ଥିର ସରକାର ପାଇଁ ଭୋଟ ଦେଉଛି ।

Narendra modi

ରାଜ୍ୟର ବିକାଶ ହେଲେ ଦେଶର ବିକାଶ ହୁଏ । ରାଜସ୍ଥାନ ବିକାଶର ନୂଆ ଶିଖର ଛୁଇଁଲେ ଦେଶ ବି ନୂଆ ସଫଳତାର ଶିଖର ଛୁଇଁବ । କ୍ଷେତ୍ରଫଳ ହିସାବରେ ରାଜସ୍ଥାନ ବଡ ରାଜ୍ୟ ଆଉ ରାଜସ୍ଥାନର ହୃଦୟ ବି ବଡ । ଏଠାକାର ଲୋକଙ୍କ ପରିଶ୍ରମ, ସଚ୍ଚୋଟତା, ଦେଶ ପାଇଁ କିଛି ବି କରିବାର ପ୍ରେରଣା ରାଜସ୍ଥାନର କୋଣ ଅନୁକୋଣରେ ଦେଖା ଦେଉଛି । ଚ୍ୟାଲେଞ୍ଜର ସାମ୍ନା କରିବାର ଅନ୍ୟନାମ ରାଜସ୍ଥାନ । ନୂଆ ଅବସରର ନାମ ରାଜସ୍ଥାନ ।

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭଜନଲାଲଙ୍କ ସମେତ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଦସ୍ୟ ଯୋଗଦେଇଛନ୍ତି । ସମ୍ମିଳନୀର ଦ୍ଵିତୀୟ ଦିନରେ ଆସନ୍ତାକାଲି ପ୍ରବାସୀ ରାଜସ୍ଥାନ ସମାରୋହ ଏବଂ ଉଦ୍‌ଯାପନୀ ଦିବସରେ ଏମ୍ଏସ୍ଏମ୍ଇ ସମାରୋହ ଅନୁଷ୍ଠିତ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+