ଭୟଙ୍କର ଦୁର୍ଘଟଣା,ପିକ୍ଅପ ଓଲଟି ୩ ମୃତ
ନୂଆଦିଲ୍ଲୀ : ଉଜୈନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପିକ୍ଅପ ଗାଡି଼ ଓଲଟି ୩ ଜଣଙ୍କ ମୃତ୍ୟୁ । ସେହିପରି ଏକାଧିକ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ନିକଟସ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ମଧ୍ୟପ୍ରଦେଶ ଉଜୈନର ମହିଦପୁର ଡ଼େଲଚିରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।
ସୂଚନା ମୁତାବକ, ପିକ୍ଅପ ଗାଡି଼ଟି ୨୪ ଜଣ ଶ୍ରମିକଙ୍କୁ ନେଇ ମହିଦପୁରର ଡ଼େଲଚୀରୁ ରତଲାମ ଯାଉଥିଲା । ସେହି ସମୟରେ ଗାଡ଼ି ଦ୍ରୁତବେଗରେ ଥିବାରୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ତେବେ ମୃତକମାନେ ହେଲେ ଯଶୋଦା ବାଇ, କଞ୍ଚନ ବାଇ ଓ ବାଲା ରାମ ।

ସେପଟେ ଖବରପାଇ ସ୍ଥାନୀୟ ଲୋକ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡ଼ାକ୍ତରଖାନାରେ ଭର୍ତ୍ତି କରିଥିବା ଜଣାପଡିଛି । ବର୍ତ୍ତମାନ ଗାଡ଼ି ଡ୍ରାଇଭର ଫେରାର ଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ। ସେପଟେ ଡ଼ାକ୍ତରଖାନାରେ ଗୁରୁତର ଆହତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।












Click it and Unblock the Notifications