ଟ୍ୟାଙ୍କରକୁ ପିଟିଲା ବୃନ୍ଦାବନ ଯାଉଥିବା ତୀର୍ଥଯାତ୍ରୀ ବସ୍, ୩ ମୃତ

ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ବଡ଼ ଦୁର୍ଘଟଣା ଘଟିଛି । ଜିଲ୍ଲାର ନସିରପୁର ଥାନା ଅଧୀନ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସ୍ ୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ଅଯୋଧ୍ୟାରୁ ବୃନ୍ଦାବନ ଯାଉଥିବା ଏକ ଯାତ୍ରୀବାହୀ ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ୟାଙ୍କରକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ୩ ଜଣ ଯାତ୍ରୀ ନିହତ ହୋଇଛନ୍ତି ଓ ଆଉ ୫ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି ।

ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ ଅଧୀକ୍ଷକ (ଗ୍ରାମୀଣ) ଅଖିଳେଶ ଭଦୋରିଆ କହିଛନ୍ତି ଯେ ଗୁଜରାଟରୁ ତୀର୍ଥଯାତ୍ରୀଙ୍କୁ ଉତ୍ତରପ୍ରଦେଶକୁ ନେଇ ଯାଉଥିବା ବସ୍ ଶୁକ୍ରବାର ସକାଳେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବସଟି ରାସ୍ତାରେ ଛିଡ଼ା ହୋଇଥିବା ଏକ ମିନିଟ୍ରକକୁ ପଛପଟୁ ଧକ୍କା ହେବାଫଳରେ ଏଥିରେ ଥିବା ୮ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ।

3 killed as bus rams into canter truck in UP s Firozabad

ସୂଚନାଯୋଗ୍ୟ ଯେ ଗୁଜୁରାଟରୁ ପ୍ରାୟ ୧୭ ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଟ୍ରାଭେଲର ବସଟି ଅଯୋଧ୍ୟାରୁ ବୃନ୍ଦାବନ ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୬ଟା ବେଳେ ଏହି ଘଟଣା ଘଟିଛି। ଏହାପରେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+