ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ
Accident News: ତେଲେଙ୍ଗାନାର ରଙ୍ଗାରେଡ୍ଡି ଜିଲ୍ଲାରେ ଏକ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ 10 ଜଣ ଆହତ ହୋଇଥିବାବେଳେ 2 ଜଣଙ୍କର ମୃତ୍ୟୁ ଘଟିଛି। ବିଲଡିଂରେ ଉଦ୍ଧାର କାର୍ଯ୍ୟ ଚାଲିଛି। ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମେସିନ୍ ମାଧ୍ୟମରେ ଭଗ୍ନାବଶେଷକୁ ଆଡେଇ ଉଦ୍ଧାର କରାଯାଉଛି ।

ତେଲେଙ୍ଗାନାର ମୋଇନାବାଦରେ ନିର୍ମାଣାଧୀନ ଏକ ଘରୋଇ ଇନଡୋର ଷ୍ଟାଡିୟମରେ ଏହି ଘଟଣା ଘଟିଛି। ଯେଉଁଠାରେ ନିର୍ମାଣାଧୀନ ଏକ କୋଠା ହଠାତ୍ ଭୁଶୁଡି ପଡିଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, "ନିର୍ମାଣାଧୀନ ଘରୋଇ ଇନଡୋର ଷ୍ଟାଡିୟମ ଭୁଶୁଡ଼ିବା ପରେ 2 ଜଣଙ୍କର ମୃତ୍ୟୁ ଘଟିଛି, ପ୍ରାୟ 10 ଜଣ ଆହତ ହୋଇଛନ୍ତି । 2ଟି ମୃତଦେହ ଉଦ୍ଧାର କରାଯାଇଛି ବର୍ତ୍ତମାନ ଆହତଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି । ମୃତକଙ୍କ ପାଇଁ କ୍ଷତିପୂରଣ ସହ ଆହତଙ୍କ ଚିକିତ୍ସା ଲାଗି ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ରାଜ୍ୟ ସରକାର ।












Click it and Unblock the Notifications