Get Updates
Get notified of breaking news, exclusive insights, and must-see stories!

ବଢ଼ିଲା ଜଷ୍ଟିସ ବର୍ମାଙ୍କ ଅଡ଼ୁଆ, ସେ ହୋଇପାରନ୍ତି.....

ଦିଲ୍ଲୀ ହାଇକୋର୍ଟ ବିଚାରପତି ୟଶୱନ୍ତ ବର୍ମାଙ୍କର ଅଡୁଆ ବଢିବାରେ ଲାଗିଛି। ଦିଲ୍ଲୀ ହାଇକୋର୍ଟର ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଆଣିବାକୁ ଯାଉଛି। ଗତ ମାର୍ଚ୍ଚ ମାସରେ କୌଣସି କାରଣରୁ ନିଆଁ ଲାଗିଯାଇ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଯଶୱନ୍ତ ବର୍ମାଙ୍କ ବାସଭବନରୁ ପୁଳାପୁଳା ଟଙ୍କା ସାମ୍ନାକୁ ଆସିଥିଲା।

ଯାହା ପରେ ତାଙ୍କର ସମସ୍ୟା ଧିରେ ଧିରେ ବୃଦ୍ଧି ପାଇଥିଲା। ଏକ ତିନି ଜଣିଆ ଖଣ୍ଡପୀଠ ତାଙ୍କୁ ପଦରୁ ବହିଷ୍କାର କରିବାକୁ ସୁପାରିଶ କରିଛନ୍ତି। ଏନଡିଟିଭି ରିପୋର୍ଟ କରିଛି ଯେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ଏହି ପ୍ୟାନେଲ ୫୫ ଜଣ ସାକ୍ଷୀଙ୍କ ଠାରୁ ବୟାନ ରେକର୍ଡ କରିଥିଲେ। ଏହା ସହିତ ଜଷ୍ଟିସ ବର୍ମାଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଥିଲା। ଏହା ପରେ ଆଜି ଗୁରୁବାର ସକାଳେ ୬୪ ପୃଷ୍ଠାର ଏକ ରିପୋର୍ଟ ଦାଖଲ କରିଥିଲେ।

କମିଟିର ରିପୋର୍ଟରେ ଦୁଇଟି ପ୍ରମୁଖ ଦିଗରେ ପର୍ଯ୍ୟବେକ୍ଷଣ କରାଯାଇଛି। ଯାହା ଏନଡିଟିଭି ଦର୍ଶାଇଛି। ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସୁପାରିଶର ଆଧାର ଗଠନ କରିବାକୁ ଯାଉଛି। ରିପୋର୍ଟ ଅନୁସାରେ କମିଟି ଉଲ୍ଲେଖ କରି କହିଛି ଯେ ତୁଗଲକ କ୍ରିସେଣ୍ଟ ପରିସରରେ ଥିବା ଏକ ଷ୍ଟୋରରୁମରୁ ନଗଦ ରାଶି ମିଳିଥିଲା।

ଯାହା ଉପରେ ଜଷ୍ଟିସ ବର୍ମାଙ୍କ ବୋଲି କୁହାଯାଇଛି। ସେହିପରି ଦ୍ୱିତୀୟ ବିନ୍ଦୁରେ କୁହାଯାଇଛି କି ରହିଥିବା ଷ୍ଟୋରରୁମର ପରିଚାଳନା ଦାୟିତ୍ୱ ଜଷ୍ଟିସ ବର୍ମା ଓ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ରହିଥିଲା। ଏହାର ରକ୍ଷଣାବେକ୍ଷଣା ଦାୟିତ୍ୱ ମଧ୍ୟ ଜଷ୍ଟିସ ବର୍ମାଙ୍କ ନିକଟରେ ରହିଥିଲା। ଜଷ୍ଟିସ ବର୍ମାଙ୍କ ଅନୁମତି ବିନା ଅନ୍ୟ ସଦସ୍ୟମାନେ ଯାଇପାରୁନଥିଲେ।

Justice Yashwant Varma

କମିଟି ତାର ତଦନ୍ତକୁ ଆଧାର କରି ସୂଚନା ପ୍ରଦାନ କରି କହିଛି ଯେ ଆଲାହାବାଦ ହାଇକୋର୍ଟରେ ବିଚାରପତି ଥିବା ଜଷ୍ଟିସ୍ ବର୍ମାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପର୍ଯ୍ୟାପ୍ତ କାରଣ ଅଛି। ଦିଲ୍ଲୀ ହାଇକୋର୍ଟରେ କାର୍ଯ୍ୟକାଳ ସମୟରେ ମାର୍ଚ୍ଚ ମାସରେ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଅଗ୍ନିକାଣ୍ଡ ଘଟିବାରୁ ଷ୍ଟୋରରୁମରୁ ବହୁମାତ୍ରା ପୋଡିଯାଇଥିବା ଟଙ୍କା ବସ୍ତା ଜବତ ହୋଇଥିଲା।

ସୁପ୍ରିମକୋର୍ଟ ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଅଭିଯୋଗର ତଦନ୍ତ ପାଇଁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଳ ନାଗୁ; ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଜିଏସ୍ ସନ୍ଧୱାଲିଆ; ଏବଂ କର୍ଣ୍ଣାଟକ ହାଇକୋର୍ଟର ଜଷ୍ଟିସ୍ ଅନୁ ଶିବରାମଣଙ୍କୁ ନେଇ ଏକ ତିନି ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+