ବଜ୍ରପାତରେ ଖେଳ ପଡିଆରେ ଚାଲିଗଲା ୩ ହକି ଖେଳାଳୀଙ୍କ ଜୀବନ

ପଡ଼ିଆରେ ଉପସ୍ଥିତ ଥିଲେ ଖେଳାଳି । ଆଉ କିଛି ସମୟ ପରେ ଆରମ୍ଭ ହୋଇଥାନ୍ତା ହକି ମ୍ୟାଚ୍‌। ଏହି ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କ ଭିଡ଼ ବି ଖଚାଖଚ ଥିଲା। ମାତ୍ର ମ୍ୟାଚ ଆରମ୍ଭ ପୂର୍ବରୁ ଘୋଟି ଆସିଲା କାଳ। ହଠାତ୍‌ ପ୍ରବଳ ବର୍ଷା ସହ ବଜ୍ରପାତ ମାରିବାରୁ ଅକାଳରେ ଚାଲିଗଲା ୩ ଖେଳାଳିଙ୍କ ଜୀବନ । ଏପରି ଏକ ଦୁଃଖଦ ଘଟଣା ଝାଡ଼ଖଣ୍ଡରେ ଗତକାଲି ଘଟିଛି।

ଝାଡ଼ଖଣ୍ଡର ସିମଡେଗା ଜିଲ୍ଲାର କୋଲିବିରା ଅଞ୍ଚଳର ଜପଳା ଆରସି ସ୍କୁଲର ଖେଳ ପଡ଼ିଆରେ ଗତକାଲି ଏକ ହକି ମ୍ୟାଚ ଆୟୋଜନ ବେଳେ ଘଟିଛି ଏହି ଅଘଟଣ।

ଖେଳାଳିମାନେ ପଡ଼ିଆରେ ଥିବା ବେଳେ ମ୍ୟାଚ ନିମନ୍ତେ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ମ୍ୟାଚ ଦେଖିବାକୁ ବି ଦର୍ଶକଙ୍କ ପ୍ରବଳ ଭିଡ଼ ଜମିଥିଲା। ଏହି ସମୟରେ ପ୍ରବଳ ବର୍ଷା ହେବା ସହ ହଠାତ୍‌ ବଜ୍ରପାତ ମାରିଥିଲା।

ପ୍ରବଳ ବର୍ଷା ଯୋଗୁ ସମସ୍ତେ ଆଖପାଖ ସ୍ଥାନକୁ ଚାଲି ଯାଇଥିଲେ। ମାତ୍ର ପଡ଼ିଆରେ ଖେଳାଳିମାନେ ଥିବା ବେଳେ ହୋଇଥିଲା ବଜ୍ରପାତ । ଏଥିଯୋଗୁ ପଡ଼ିଆରେ ହିଁ ୩ ଜଣ ଅଚେତ ହୋଇ ପଡ଼ିଥିଲେ। ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ୩ ଖେଳାଳିଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ପ୍ରଚାରିତ ହେବା ପରେ ମୃତକଙ୍କ ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିବା ବେଳେ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+