ବୈତରଣୀରେ ବୁଡ଼ିଗଲେ ୩ , ୨ ଉଦ୍ଧାର, ଜଣେ ନିଖୋଜ
ଯାଜପୁର ଗାରଡେଶ୍ଵର ନିକଟ ବୈତରଣୀ ନଦୀରେ ଗୁରୁବାର ୩ ଜଣ ବୁଡ଼ିଯାଇଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଜଣେ ନାବାଳକ ଉଦ୍ଧାର କରିଥିବାବେଳେ ଅନ୍ୟ ଜଣେ ଝିଅ ପୀତିପ୍ରଜ୍ଞା ମିଶ୍ର ନିଖୋଜ ଅଛନ୍ତି। ତାଙ୍କ ପତ୍ତା ମିଳିପାରି ନାହିଁ। ସୂଚନା ଅନୁସାରେ ପ୍ରୀତିପ୍ରଜ୍ଞା ନିଜ ଭାଇ ସହିତ ମାମୁ ଘରକୁ ବୁଲିବାକୁ ଆସିଥିଲେ। ପୂର୍ବାହ୍ନରେ ସେ ତାଙ୍କ ମାମୁ ଝିଅ ଓ ଭାଇ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ।

ହେଲେ ଗାଧୋଇବା ସମୟରେ ହଠାତ ୩ ଜଣ ଯାକ ବୁଡ଼ି ଯାଇଥିଲେ। ନଦୀରେ ମାଛ ଧରୁଥିବା ସତ୍ୟପ୍ରକାଶ ସେଠୀ ନାମକ ନାବାଳକ ଏହା ଦେଖି ନିଜ ଜୀବନକୁ ଖାତିର ନ କରି ନଦୀକୁ ଡେଇଁ ପହଁରି ପହଁରି ସେମାନଙ୍କ ନିକଟରେ ପହଞ୍ଚିଥିଲେ। ବହୁ କଷ୍ଟରେ ସେ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ପ୍ରୀତିଙ୍କ ପତ୍ତା ପାଇ ନ ଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରୀତିଙ୍କ ସନ୍ଧାନ ମିଳି ନ ଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସତ୍ୟପ୍ରକାଶଙ୍କୁ ସାଧାରଣରେ ପ୍ରଶଂସା କରାଯାଇଛି।












Click it and Unblock the Notifications