ବୋମା ତିଆରି ବେଳେ ବିସ୍ଫୋରଣ, ୩ ମୃତ
ଦେଶୀ ବୋମା ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏଭଳି କିଛି ଅଘଟଣ ଘଟିଛି । ବେଆଇନ ରୂପେ ଏକ ଘରେ ବୋମା ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥବା ପୋଲିସ କହିଛି । ଦେଶୀ ଉପାୟରେ ବୋମା ତିଆରି ହେଉଥିଲା । ଜଣାପଡ଼ିଛି ଯେ ମାମୁନ୍ ମୋଲ୍ହାଙ୍କ ଘରେ ବୋମା ତିଆରି କରାଯାଉଥିଲା। ବୋମା ତିଆରି ବେଳେ ବିସ୍ଫୋରଣ ଘଟି ଏହି ଅଘଟଣ ଘଟିଛି।

ପଡ଼ୋଶୀମାନେ କହିଛନ୍ତି ଯେ ସେମାନେ ଗତକାଲି ରାତିରେ ପ୍ରଚଣ୍ଡ ବିସ୍ଫୋରଣର ଶବ୍ଦ ଶୁଣିଥିଲେ। ଶବ୍ଦ ଶୁଣି ସେମାନେ ଧାଇଁ ଆସି ଦେଖନ୍ତି ତ ବିସ୍ଫୋରଣ ଘଟିଛି। କିନ୍ତୁ ଏହାର କାରଣ କଣ ତାହା ସେମାନେ ଜାଣି ପାରିନଥିଲେ। ଏହି ଘଟଣାରେ ମାମୁନ୍ ମୋଲ୍ହା, ସାକିରୁଲ ସାର୍କ ଏବଂ ମୁସ୍ତାକିନ୍ ଶେଖଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ ଏପରି ହୋଇଥିଲା ଯେ ଯେଉଁଠାରେ ଘଟିଥିଲା ସେହି ଘରର ଛାତ ଭୁଶୁଡ଼ି ପଡିଥିଲା। ଘଟଣାସ୍ଥଳରେ ପୁଲିସ ମୁତୟନ କରାଯାଇଛି ଏବଂ ତଦନ୍ତ ଚାଲିଛି।












Click it and Unblock the Notifications