ଜିପିଏସ ନେଲା ୩ ଜୀବନ!, ଜାଣନ୍ତୁ ପୂରା ଘଟଣା

ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଜିପିଏସ୍ ସିଷ୍ଟମ ବା ଗୁଗଲ୍ ମ୍ୟାପ୍ ଭରସାରେ ଯାଉଥିବା ଏକ ଗାଡ଼ି ବ୍ରିଜ୍ ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଗ୍ରାମବାସୀ ରାମଗଙ୍ଗା ନଦୀକୁ ଯାଇଥିବା ବେଳେ ସେଠାରେ ଏକ କାର୍ କ୍ଷତିଗ୍ରସ୍ତ ଅବସ୍ଥାରେ ପଡ଼ିଥିବାର ଦେଖିବାକୁ ପାଇଥିଲେ । କାରରେ ଥିବା ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ।

ଏ ନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ । ମୃତକମାନଙ୍କ ପରିବାର ଲୋକେ କହିଛନ୍ତି ଯେ ଜିପିଏସ୍ ସାହାଯ୍ୟରେ କାରଟି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ଏଭଳି ଦୁର୍ଘଟଣା ପାଇଁ ସେମାନେ ବିଭାଗୀୟ ଅବହେଳାକୁ ଦାୟୀ କରିଛନ୍ତି । ପରିବାରର କହିବା ହେଲା, ଅଧିକାରୀମାନଙ୍କ ଅବହେଳା ହେତୁ ବ୍ରିଜକୁ ଅଧାରୁ ଛାଡ଼ି ଦିଆଯାଇଛି । ଏଠାରେ କୌଣସି ବ୍ୟାରିକେଡ୍ ମଧ୍ୟ ଲଗାଯାଇ ନାହିଁ ।

3 Dead As GPS Mistake

ଏହି ଦୁର୍ଘଟଣା ବରେଲିର ଫରିଦପୁର ଥାନା ଖଲପୁର ଅଞ୍ଚଳରେ ଘଟିଛି । ଏଠାରେ ରାମଗଙ୍ଗା ନଦୀ ଉପରେ ଫରିଦପୁର-ଦାତାଗଞ୍ଜକୁ ସଂଯୋଗ କରୁଥିବା ଅସମ୍ପୂର୍ଣ୍ଣ ବ୍ରିଜରୁ ଗାଡ଼ିଟି ଖସିପଡ଼ିଥିଲା । କାରରେ ୩ ଜଣ ଥିଲେ । ମୃତକମାନେ ହେଲେ, ବିବେକ କୁମାର, ଅମିତ ଓ କୌଶଲ । ଗୁଗଲ୍ ମ୍ୟାପ୍ ସାହାଯ୍ୟରେ ଏମାନେ ଦାତାଗଞ୍ଜରୁ ଆସୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+