ଭୟଙ୍କର ଅଗ୍ନିକାଣ୍ଡ : ଗୋଟିଏ ପରିବାରର ୫ ଜଣ ଜୀବନ୍ତ ଦଗ୍ଧ
ଉତ୍ତରପ୍ରଦେଶ କାନପୁରର ଚମନଗଞ୍ଜରେ ଭୟାବହ ଅଗ୍ନିକାଣ୍ଡ। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ହୋଇଛି । ଗତକାଲିରେ ରାତିରେ ଚମନଗଞ୍ଜ ଅଞ୍ଚଳର ୫ ମହଲା କୋଠାରେ ହଠାତ ନିଆଁ ଲାଗିଯାଇଥିଲା । ଏଥିରେ ବାପା, ମାଆଙ୍କ ସମେତ ୩ ଛୁଆଙ୍କ ଜୀବନ ଯାଇଛି । ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି । ନିଆଁ ଏତେ ଭୟଙ୍କରା ଥିଲା ଯେ ଆୟତ୍ତ କରିବାକୁ ଦମକଳ ବାହିନୀକୁ ୮ ଘଣ୍ଟା ସମୟ ଲାଗିଥିଲା ।
ଅନ୍ୟପଟେ ଅଗ୍ନିକାଣ୍ଡର ଭୟାବହତାକୁ ଦୃଷ୍ଟିରେ ରଖି, ଆଖପାଖ କୋଠାଗୁଡ଼ିକୁ ଖାଲି କରାଯାଇଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ସିଡ଼ି ବ୍ୟବହାର କରି କୋଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ସୂଚନା ଅନୁଯାୟୀ, ପାଞ୍ଚ ମହଲା ବିଶିଷ୍ଟ କୋଠାରେ ଏକ ବେଆଇନ ଜୋତା କାରଖାନା ଚାଲୁଥିଲା ।

ଯଦିଓ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ, ପ୍ରାରମ୍ଭିକ ତଦନ୍ତରୁ ସର୍ଟସକିଟରୁ ନିଆଁ ଲାଗିଥିବା ଜଣାପଡିଛି । କୁହାଯାଏ ଯେ ନିଆଁ ଧୀରେ ଧୀରେ ଭୟଙ୍କର ରୂପ ନେଇଥିଲା ଏବଂ ସମଗ୍ର କୋଠାଟି ନିଆଁରେ ପୋଡ଼ି ଯାଇଥିଲା । ବର୍ତ୍ତମାନ ନିଆଁ ଲିଭାଇବା ପାଇଁ ପ୍ରୟାସ ଜାରି ରହିଛି । ସମଗ୍ର ପ୍ରଶାସନିକ କର୍ମଚାରୀ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।












Click it and Unblock the Notifications