ଓଲଟିଲା ଡଙ୍ଗା, ଚଲିଗଲା ୩ ଜୀବନ

ବିହାର କଟିହାର ଜିଲ୍ଲାରେ ବଡ଼ ଅଘଟଣ । କଟିହାରର ଅମଦାବାଦରେ ଗଙ୍ଗା ନଦୀରେ ଡଙ୍ଗା ଓଲଟିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ବୁଡିଥିବା ଆଶଙ୍କା କରାଯାଉଛି । ଡଙ୍ଗାରେ ୧୭ ଜଣ ଥିବା ଖବର ମିଳିଛି । ଖବର ମୁତାବକ, ଡଙ୍ଗାଟି ଦକ୍ଷିଣ କରିମୁଲ୍ଲାପୁରର ମେଘୁ ଘାଟରୁ ଗଦାଇ ଦିୟାରା ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା ।

ଡଙ୍ଗାରେ ଲୋକମାନେ ନଦୀର ଆରପଟେ ଥିବା ଜମିରେ ଚାଷକାମ ଦେଖିବାକୁ ଯାଉଥିଲେ । କିନ୍ତୁ ନଦୀର ପ୍ରଖର ସ୍ରୋତରେ ଭାରସ୍ୟାମ ହରାଇ ଡଙ୍ଗାଟି ଓଲଟି ପଡିଥିଲା । ତେବେ ଡଙ୍ଗାରେ ୧୭ରୁ ଅଧିକ ଜଣ ଯାତ୍ରୀ ଥିବା ବେଳେ ୪ଜଣ ପହଁରି ପହଁରି ପଳେଇ ଆସିଥିଲେ ।

boat capsizes
ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଏସଡିଆରଏଫ ଏବଂ ପୋଲିସ । ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏପର୍ଯ୍ୟନ୍ତ ୩ଜଣଙ୍କ ମୃତଦେହ ଜବତ ହୋଇଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶା କରାଯାଉଛି । ନିଖୋଜ ଥିବା ଅନ୍ୟମାନଙ୍କ ଖୋଜା ଚାଲିଛି । ସେପଟେ ମିଳିଥିବା ୩ ମୃତକଙ୍କ ପରିଚୟ ମିଳିଛି । ଘଟଣାସ୍ଥଳରେ ନଦୀର ପ୍ରବାହ ଜୋର ଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ପୋଲିସ ଏବଂ ଏନଡିଆରଏଫ ଟିମ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଖୋଜଙ୍କୁ ଖୋଜୁଛି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+