୩ କୋଟି ଗରିବଙ୍କୁ ମିଳିବ ପକ୍କା ଘର:ପ୍ରଧାନମନ୍ତ୍ରୀ
PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରରେ ଜାତୀୟ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିହାର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଏବଂ ଅନ୍ୟାନ୍ୟ ନେତା ତାଙ୍କ ସହିତ ଉପସ୍ଥିତ ଥିଲେ।
ଏହି ସମୟରେ ପ୍ରଧାନମନ୍ତ୍ରୀ ଓମ୍ ଶାନ୍ତି କହି ଶ୍ରର୍ଦ୍ଧାଞ୍ଜଳି ଜଣାଇ ଅଭିଭାଷଣ ଆରମ୍ଭ କରିଥିଲେ । ଏହାପରେ ମୋଦି କହିଥିଲେ ଯେ ପର୍ଯ୍ୟନ୍ତ ଭାରତର ଗାଁ ମଜବୁତ ହେବ ନାହିଁ ସେ ପର୍ଯ୍ୟନ୍ତ ଭାରତ ବିକାଶ ହୋଇ ପାରିବ ନାହିଁ । ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କୁ ୫୦ ପ୍ରତିଶତ ସଂରକ୍ଷଣ ଦେବାରେ ବିହାର ପ୍ରଥମ ରାଜ୍ୟ ଏବଂ ଏହା ହିଁ ସାମାଜିକ ବିକାଶର ପ୍ରକୃତ ଉପାୟ ।

ଏଥିପାଇଁ ସରକାର ମିଶନ ମୋଡରେ କାମ କରୁଛି ବିହାରରେ ଏସଏଚଜି ମହିଳାଙ୍କୁ ୧ ହଜାର କୋଟି ସହାୟତା ଦିଆଯାଇଛି। ରାଜ୍ୟରେ ୫୭ ଲକ୍ଷ ଗରିବ ପରିବାରକୁ ପକ୍କା ଘର ଦିଆଯାଇଛି । ସେହିପରି ଆଗାମୀ ଦିନରେ ଦେଶରେ ୩ କୋଟି ଗରିବଙ୍କୁ ପକ୍କା ଘର ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ସେହିପରି ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ମୋଦି କହିଛନ୍ତି, ମୃତକ ପରିବାର ସହ ପୁରା ଦେଶବାସୀ ଛିଡ଼ା ହୋଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ଆଶା ପୂରଣ ହେବ ଆତଙ୍କବାଦ ବିରୋଧରେ ଲଢେଇ ଜାରି ରହିବ । କଳ୍ପନାଠୁ ବଡ଼ ଦଣ୍ତ ମିଳିବ ବୋଲି ମୋଦି ଖୋଲାଖୋଲି ଚେତାବନୀ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି,ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ଆସିଛି। ପୂର୍ବରୁ AIIMS ପରି ବଡ଼ ହସ୍ପିଟାଲ କେବଳ ଦିଲ୍ଲୀ ଭଳି ବଡ଼ ସହରରେ ଥିଲା, କିନ୍ତୁ ଏବେ ଦରଭଙ୍ଗାରେ ମଧ୍ୟ AIIMS ନିର୍ମାଣ ହେଉଛି। ଗତ ୧୦ ବର୍ଷ ମଧ୍ୟରେ ଦେଶରେ ମେଡିକାଲ କଲେଜ ସଂଖ୍ୟା ଦ୍ୱିଗୁଣିତ ହୋଇଛି। ଝାଞ୍ଜରପୁରରେ ଏକ ନୂତନ ମେଡିକାଲ କଲେଜ ମଧ୍ୟ ନିର୍ମାଣ କରାଯାଉଛି।
ସେ ଆହୁରି କହିଛନ୍ତି, "ଗ୍ରାମାଞ୍ଚଳରେ ଭଲ ହସ୍ପିଟାଲ ନିର୍ମାଣ ପାଇଁ ଦେଶବ୍ୟାପୀ ୧.୫ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ନିର୍ମାଣ କରାଯାଇଛି। ବିହାରରେ ୧୦,୦୦୦ ରୁ ଅଧିକ ଏପରି କେନ୍ଦ୍ର ନିର୍ମାଣ କରାଯିବ। ଜନ ଔଷଧି କେନ୍ଦ୍ରଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ପାଇଁ ବହୁତ ଲାଭଦାୟକ ପ୍ରମାଣିତ ହେଉଛି। ଏଠାରେ ୮୦% ଶସ୍ତା ଔଷଧ ଉପଲବ୍ଧ। ବିହାରରେ ୮୦୦ ରୁ ଅଧିକ ଜନ ଔଷଧି କେନ୍ଦ୍ର ଖୋଲାଯାଇଛି। ଏହା ରାଜ୍ୟବାସୀଙ୍କୁ ଔଷଧ ଉପରେ ଖର୍ଚ୍ଚ ହେବାରୁ ପ୍ରାୟ ୨ ହଜାର କୋଟି ଟଙ୍କା ବଞ୍ଚାଇଛି।
ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ବିହାରର ଲକ୍ଷ ଲକ୍ଷ ଲୋକଙ୍କୁ ମାଗଣାରେ ଚିକିତ୍ସା କରାଯାଇଛି। ଯେଉଁଥି ପାଇଁ ପରିବାରଗୁଡ଼ିକର ହଜାର ହଜାର କୋଟି ଟଙ୍କା ସଞ୍ଚୟ କରିପାରୁଛନ୍ତି ।












Click it and Unblock the Notifications