ଦୁର୍ଘଟଣା ହେଲା ସ୍କୁଲ ପିକନିକ୍ ବସ୍‌, ୩ ମୃତ, ୫୫ ଆହତ

ରାଜସ୍ଥାନର ରାଜସମନ୍ଦରେ ଆଜି ସକାଳେ ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ ପିକନିକ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଚାରଭୁଜା ଥାନା ଅଧୀନ ଦେସୁରୀ ନାଳରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫୫ ଜଣ ଆହତ ହୋଇଛନ୍ତି । ଆହତ ପିଲାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି ।

ପୋଲିସ ସୂଚନା ଅନୁସାରେ, ବସଟି ପିକନିକ୍ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ରବିବାର ସକାଳେ ପିଲାମାନେ ସ୍କୁଲରୁ ବାହାରି ପର୍ଶୁରାମ ମହାଦେବ ଯାଉଥିଲେ । ବସରେ ମୋଟ ୬୫ ଜଣ ପିଲା ଥିଲେ । ତେବେ ରାସ୍ତାରେ ପଞ୍ଜାବ ଟର୍ଣ୍ଣ ନିକଟରେ ବସଟି ଅନିୟନ୍ତ୍ରିତ ହୋଇ ଦେସୁରୀ ନାଳରେ ଓଲଟି ପଡ଼ିଥିଲା । ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକ ଏବଂ ଚାରଭୁଜା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ ।

road accident

ଆହତ ପିଲାମାନଙ୍କୁ ତୁରନ୍ତ ଦେସୁରୀ ଏବଂ ଚାରଭୁଜା ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ୩ ଛାତ୍ରୀଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଛାତ୍ରଛାତ୍ରୀଙ୍କ ପରିବାର ଲୋକେ ପହଞ୍ଚିଛନ୍ତି । ବରିଷ୍ଠ ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଆହତ ପିଲାମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+