ପୁଣି ଅଶାନ୍ତ ମଣିପୁର: ଏନକାଉଣ୍ଟର ପରେ ୩ ମହିଳାଙ୍କ ସହ ୩ ପିଲା ନିଖୋଜ

ପୁଣି ଅଶାନ୍ତ ମଣିପୁର । କୁକି ଉଗ୍ରବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟ ସୋମବାର ଘଟିଥିବା ଏନକାଉଣ୍ଟ ପରେ ମଣିପୁରର ଜିରିବାମ ଜିଲ୍ଲା ଅଶାନ୍ତ ବୃଦ୍ଧି ପାଇଛି । ଏନକାଉଣ୍ଟରେ ୧୧ ଜଣ ସନ୍ଦିଗ୍ଧ କୁକି ଉଗ୍ରବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଥିବା ବେଳେ ଏବେ ସ୍ଥାନୀୟ ଅଞ୍ଚଳରୁ ୩ ଜଣ ମହିଳା ଓ ୩ ଜଣ ଛୋଟ ପିଲା ନିଖୋଜ ହୋଇଯିବା ଖବର ସ୍ଥିତିକୁ ଆହୁରି ସାଂଘତିକ କରିଛି।

bsf

ମଣିପୁର ପୁଲିସ୍ ପକ୍ଷରୁ କୁହାଯାଇଛି ଯେ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ସୁରକ୍ଷାକର୍ମୀମାନେ ଅପରେସନ ଆରମ୍ଭ କରିଛନ୍ତି। ୩ ଜଣ ମହିଳା ଓ ୩ ଜଣ ପିଲା ଗତକାଲିର ଏନକାଉଣ୍ଟର ପର ଠାରୁ ନିଖୋଜ ରହିଛନ୍ତି। ଆସାମ ରାଇଫଲ, ବିଏସଏଫ ଓ ସିଆରପିଏଫ ସକ୍ରିୟ ଭାବେ ସର୍ଚ୍ଚ ଅପରେସନରେ ଲାଗି ପଡ଼ିଛନ୍ତି। ଅପରେସନ ବେଳେ ଯଦି ସୁରକ୍ଷାକର୍ମୀ କୌଣସି ଆକ୍ରମଣର ସମ୍ମୁଖୀନ ହୁଅନ୍ତି, ତା'ହେଲେ ଏହାର ଦୃଢ଼ ଜବାବ ଦେବାକୁ ସେମାନେ ପ୍ରସ୍ତୁତ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+