ପଶ୍ଚିମବଙ୍ଗ ଡାକ୍ତରୀ ଛାତ୍ରୀ ଗଣବଳାତ୍କାର ମାମଲାରେ ୩ ଗିରଫ, ବିରୋଧୀ ଦଳ ନେତା କହିଲେ ...
ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀ ତାଙ୍କ ବନ୍ଧୁଙ୍କ ସହ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ବଳାତ୍କାରର ଶିକାର ହୋଇଥିଲେ। ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି ଯେ ସେ ଖାଇବାକୁ ବାହାରକୁ ଯାଇଥିବା ବେଳେ ବାଟରେ ଦୁଇ କିମ୍ବା ତିନି ଜଣ ଯୁବକ ତାଙ୍କୁ ଅଟକାଇ ବଳପୂର୍ବକ ଧରି ବଳାତ୍କାର କରିଥିଲେ। ଏହି ମାମଲାରେ ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନଙ୍କ ପରିଚୟ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଦ୍ୱିତୀୟ ବର୍ଷର MBBS ଛାତ୍ରୀ ଜଣକ ଓଡ଼ିଶାର ହୋଇଥିବା ବେଳେ ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜକୁ ଅଧ୍ୟୟନ ପାଇଁ ଯାଇଥିଲେ। ସେ ଜଣେ ବନ୍ଧୁଙ୍କ ସହିତ ଖାଇବା ପାଇଁ ବାହାରକୁ ଯାଇଥିବା ବେଳେ ତାଙ୍କୁ କେତେଜଣ ପୁରୁଷ ଜୋରଜବରଦସ୍ତ ଧରି ଏକ ନିର୍ଜନ ଅଞ୍ଚଳକୁ ନେଇ ଜଣେ ଯୁବକ ବଳାତ୍କାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ପରେ, ପୀଡିତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ବର୍ତ୍ତମାନ ସୁଧୁରୁଛି। ଛାତ୍ରୀଙ୍କ ବନ୍ଧୁ ମଧ୍ୟ ସନ୍ଦେହ ଘେରରେ ଅଛନ୍ତି।

ପଶ୍ଚିମବଙ୍ଗ ପୋଲିସ X ରେ ଏକ ବିବୃତ୍ତିରେ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଶ୍ୱାସନା ଦେଇଛି। ସେମାନେ ଏହି ଘଟଣା ବିଷୟରେ 'ଅଣପ୍ରମାଣିତ ସୂଚନା' ଶେୟାର କରିବାରୁ ନିବୃତ୍ତ ରହିବାକୁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି। ପୋଲିସ କହିଛି, 'ଦୁର୍ଗାପୁରରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନା ପାଇଁ ଆମେ ଗଭୀର ଦୁଃଖିତ ଏବଂ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛୁ ଯେ ଦୋଷୀମାନଙ୍କୁ ଛଡାଯିବ ନାହିଁ।'
ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ପରେ, ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବଢୁଥିବା ବଳାତ୍କାର ମାମଲା ଉପରେ ଚିନ୍ତା ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶନିବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଶୁଭେନ୍ଦୁ ଦାବି କରିଛନ୍ତି ଯେ ବଙ୍ଗଳାରେ ଅପରାଧୀମାନଙ୍କୁ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ମଡେଲ ଅନୁସରଣ କରି ଦଣ୍ଡିତ କରାଯିବା ଉଚିତ। ତାଙ୍କ ଶବ୍ଦରେ, ବଳାତ୍କାର ଭଳି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ହିଁ ଏନକାଉଣ୍ଟରରେ ହତ୍ୟା କରାଯିବା ଉଚିତ।
ଶୁଭେନ୍ଦୁ ଅଧିକାରୀ ଜୋର ଦେଇ କହିଛନ୍ତି ଯେ ବଙ୍ଗଳାକୁ ଯୋଗୀ ଆଦିତ୍ୟନାଥଙ୍କ ପରି ସରକାର ଆବଶ୍ୟକ। ସେ କହିଛନ୍ତି ଯେ କୋଲକାତାର କସବା ଆଇନ କଲେଜରେ ବଳାତ୍କାର ମାମଲା ହେଉ କିମ୍ବା ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର, ରାଜ୍ୟ ସରକାର ନିଶ୍ଚିତ କରିବା ଉଚିତ ଯେ ସମସ୍ତ ମାମଲାରେ ଅଭିଯୁକ୍ତ ଖସି ନ ପଳାନ୍ତି।
ମମତା ବାନାର୍ଜୀ ସରକାରଙ୍କୁ ଆକ୍ରମଣ କରି ଭାଜପା ନେତା କହିଛନ୍ତି ଯେ ଏହି ରାଜ୍ୟରେ କେହି ସୁରକ୍ଷିତ ନୁହଁନ୍ତି, ଘରୋଇ କଲେଜଠାରୁ ଆରମ୍ଭ କରି ସରକାରୀ ହସ୍ପିଟାଲ ପର୍ଯ୍ୟନ୍ତ। ରାଜ୍ୟରେ ଘଟଣାଗୁଡ଼ିକ ଲଗାତାର ଘଟୁଛି। ଏଠଶରେ କେହି ସୁରକ୍ଷିତ ନୁହଁନ୍ତି। ଅପରାଧୀଙ୍କୁ କଠୋର ଦଣ୍ଡ ଦିଆଯାଉନାହିଁ, ଏପରିକି ସବୁଠାରୁ ଗମ୍ଭୀର ମାମଲାରେ ମଧ୍ୟ।' ସେ ଅଭିଯୋଗ କରିଛନ୍ତି ଯେ ମମତା ବାନାର୍ଜୀଙ୍କ ପୋଲିସ ଚାନ୍ଦା ଆଦାୟରେ ନିୟୋଜିତ ରହିଛି।












Click it and Unblock the Notifications