RBI କାର୍ଯ୍ୟାଳୟକୁ ବିଷ୍ପୋରଣରେ ଉଡାଇଦେବା ଧମକ ମାମଲାରେ ୩ ଗିରଫ, ତଦନ୍ତ ଜାରି
ମୁମ୍ବାଇ:ଆରବିଆଇ କାର୍ଯ୍ୟାଳୟକୁ ଇମେଲ ମାଧ୍ୟମରେ ବୋମା ବିଷ୍ପେରଣ କରି ଉଡ଼ାଇଦେବାକୁ ଗତକାଲି ଡ଼ିସେମ୍ବର୨୬ରେ ଧମକ ମିଳିଥିଲା । ଆଉ ଆଜି ଡିସେମ୍ବର ୨୭ରେ ଏହି ଧମକ ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଛି । ଏହି ତିନିଜଣଙ୍କୁ ଗୁଜୁରାଟର ଭଦୋଦରାଠାରୁ ଗିରଫ କରାଯାଇଛି । ସମସ୍ତ ତିନି ଅଭିଯୁକ୍ତଙ୍କୁ ମୁମ୍ବାଇ ଅଣାଯାଇଛି । ଏହି ତିନି ଅଭିଯୁକ୍ତଙ୍କ ବର୍ତ୍ତମାନ ପଚରାଉଚରା ଜାରି କରିଥିବା ସୂଚନା ମିଳିଛି ।
ଏହି ତିନି ଅଭିଯୁକ୍ତ ୧୧ ଟି ସ୍ଥାନରେ ବିସ୍ଫୋରଣ ହେବାର ଆଶଙ୍କା କରି ଆରବିଆଇକୁ ମେଲ ପଠାଇଥିବା ଅଭିଯୋଗ ହୋଇଛି । ଏହି ଧମକ ପଛର କାରଣ ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଗିରଫ ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏହି ତିନିଜଣଙ୍କ ନେଇ ତଦନ୍ତ ଆରମ୍ଭ କରିଛି । ସୁଚନାନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟକୁ ବୋମାମାଡ କରି ଉଡାଇ ଦେବାକୁ ଧମକ ମିଳିଛି । ରିଜର୍ଭ ବ୍ୟାଙ୍କର ଗଭର୍ନର ଶକ୍ତିକାନ୍ତ ଦାସ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରିଛନ୍ତି ଏକ ଅଜଣା ବ୍ୟକ୍ତି ।

ଏହି ମାମଲାରେ ମୁମ୍ବାଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ଆରବିଆଇ ବ୍ୟତୀତ ଏଚଡ଼ିଏଫସି, ଆଇସିଆଇସିଆଇ ଏବଂ ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିଥିଲା । ଏଭଳି ଖବର ପ୍ରସାରିତ ହେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଇ-ମେଲରେ ଯେଉଁ ଯେଉଁ ସ୍ଥାନରେ ବୋମାମାଡ କରାଯିବାକୁ ଧମକ ଦିଆଯାଇଥିଲା ସେହିସବୁ ସ୍ଥାନରେ ପୋଲିସ ଯାଂଚ କରିଥିଲେ ବି କିଛି ଆପତ୍ତିଜନକ ଜିନିଷ ମିଳିପାରି ନାହିଁ ।
ମେଲରେ ଲେଖା ଅଛି,ଯେ, "ଆମେ ମୁମ୍ବାଇର ବିଭିନ୍ନ ସ୍ଥାନରେ ୧୧ ଟି ବୋମା ରଖିଛୁ । ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମଙ୍ଗଳବାର ଦିନ ପ୍ରାୟ ୧୦.୫୦ ସମୟରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ନରଙ୍କ ଇମେଲ ଆଇଡିକୁ ଖିଲାପତ୍ ଇଣ୍ଡିଆ ନାମକ ଏକ ଇମେଲ ଆଇଡି ରୁ ପଠାଯାଇଥିଲା












Click it and Unblock the Notifications