ଅଦାନୀ ଗ୍ରୁପକୁ ବଡ଼ ଝଟକା: ୩.୪ ଲକ୍ଷ କୋଟିର କ୍ଷତି
ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୩ ଦିନ ମଧ୍ୟରେ ଆଦାନୀଙ୍କ ନେଟୱର୍ଥ ୧୦% ରୁ ଅଧିକ ହ୍ରାସ ପାଇଛି । ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଆଦାନୀଙ୍କୁ ୧.୩୨ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି । ଆଦାନୀ ଗ୍ରୁପ ମାର୍କେଟ୍ କ୍ୟାପ୍ ମଧ୍ୟ ହ୍ରାସ ପାଇଛି ।

ମୁମ୍ବାଇ: ଅଦାନୀ ଗ୍ରୁପକୁ ବଡ଼ ଝଟକା । ଏସିଆର ସବୁଠୁ ଧନୀ ବ୍ୟକ୍ତି ଗୌତମ ଅଦାନୀ ଗ୍ରୁପ କମ୍ପାନୀଗୁଡିକର ସେୟାର କମିବାରେ ଲାଗିଛି । ଆଜି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସୁଦ୍ଧା ୩.୪ ଲକ୍ଷ କୋଟିର କ୍ଷତି ହୋଇଥିବା ନେଇ ସୂଚନା ରହିଛି । ଆଦାନୀ ଟୋଟାଲ ଗ୍ୟାସ ଏବଂ ଆଦାନୀ ଟ୍ରାନ୍ସମିସନର ସେୟାର ୨୦ରୁ ୨୨ ପ୍ରତିଶତ ହ୍ରାସ ପାଇଛି । ଆଦାନୀ ଗ୍ରୁପ୍ ଉପରେ ଏହାର ବହୁତ ବଡ଼ ପ୍ରଭାବ ପଡିଛି ।
ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ଅର୍ଥାତ୍ ୩ ଦିନ ମଧ୍ୟରେ ଆଦାନୀଙ୍କ ନେଟୱର୍ଥ ୧୦% ରୁ ଅଧିକ ହ୍ରାସ ପାଇଛି । ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଆଦାନୀଙ୍କୁ ୧.୩୨ ଲକ୍ଷ କୋଟିରୁ ଅଧିକ ଟଙ୍କାର କ୍ଷତି ହୋଇଛି । ଆଦାନୀ ଗ୍ରୁପ ମାର୍କେଟ୍ କ୍ୟାପ୍ ମଧ୍ୟ ହ୍ରାସ ପାଇଛି । ଯେଉଁ କାରଣରୁ ନିବେଶକମାନଙ୍କୁ ୨.୭୫ ଲକ୍ଷ କୋଟିରୁ ଅଧିକ କ୍ଷତି ସହିବା ପାଇଁ ପଡିଛି । ସେହିପରି ଅଦାନୀ ଗ୍ରୀନ୍, ଏନର୍ଜି ଏବଂ ଅଦାନୀ
ଏଣ୍ଟରପ୍ରାଇଜସରେ ଏହାର ସ୍ଥିତି ୧୯.୯ ଏବଂ ୧୯.୩ ପ୍ରତିଶତ କମିଛି । ଅଦାନୀ ପାୱର, ଅଦାନୀ ୱିଲମରର ସେୟାର ମଧ୍ୟ କମିଯାଇଛି ।
LATEST: Billionaire Gautam Adani's companies erased almost billion in market value in less than two sessions, as the selloff triggered by a US short seller's report deepens https://t.co/qcV8T7AMu1 pic.twitter.com/rCxAs7hDN7
— Bloomberg (@business) January 27, 2023
ସୂଚନାଥାଉ ଯେ, ହିଣ୍ତନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଅଦାନୀ ଗ୍ରୁପକୁ ଏପରି କ୍ଷତି ସହିବା ପାଇଁ ପଡିଛି । ଅନ୍ୟପକ୍ଷରେ ହିଣ୍ତନବର୍ଗର ରିପୋର୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଦାନୀ ଗ୍ରୁପ ପକ୍ଷରୁ ସୂଚନା ଦିଆଯାଇଛି । ଅଦାନୀ ଗ୍ରୁପର ଏହି ଜବାବ ଉପରେ ଉତ୍ତର ଦେଇ ହିଣ୍ତନବର୍ଗ ରିସର୍ଚ୍ଚ କହିଛି ଯେ ଆମେ ଆମ ରିପୋର୍ଟ ଉପରେ କାଏମ ରହିବୁ । କାରଣ ଆମ ପାଖରେ ସମସ୍ତ ଦସ୍ତାବିଜ ଅଛି ।












Click it and Unblock the Notifications