ଜମ୍ମୁ ଓ କାଶ୍ମୀରରେ ଗୁଳିବିନିମୟରେ, ଫସିଛନ୍ତି ୩-୪ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ !
ଜମ୍ମୁ ଓ କାଶ୍ମୀରର ଉଧମପୁର ଜିଲ୍ଲାରେ ଶୁକ୍ରବାର ହୋଇଥିବା ଗୁଳିବିନିମୟରେ ଜଣେ ସେନା ସୈନିକ ଆହତ ହୋଇଥିବା ସୂଚନା ରହିଛି। କେବଳ ସେତିକି ନୁହେଁ; ଏହି ଗୁଳିବିନିମୟରେ ତିନିରୁ ଚାରି ଜଣ ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ଏନକାଉଣ୍ଟରରେ ଫସି ରହିଥିବା ଅନୁମାନ କରାଯାଉଛି।

ପ୍ରାରମ୍ଭିକ ସୂଚନା ଦେଇ ସେନା କହିଛି କି ଯେ କିସ୍ତୱାରରେ ଆଉ ଏକ ଗୁଳିବିନିମୟ ହୋଇଥିଲା। କିନ୍ତୁ ପରେ ସ୍ପଷ୍ଟ କରାଯାଇଥିଲା ଯେ ଅଭିଯାନ କେବଳ ଉଧମପୁରରେ ସୀମିତ ଥିଲା।
ଏକ ଏକ୍ସ ପୋଷ୍ଟ ଜରିଆରେ, ହ୍ୱାଇଟ୍ ନାଇଟ୍ କର୍ପସ କହିଛି ଯେ ''ଡୋଡା-ଉଧମପୁର ସୀମାରେ ଗୁଳିବିନିମୟ ଚାଲିଛି। ଅପରେସନ ଜାରି ରହିଛି,"। ନିର୍ଦ୍ଦିଷ୍ଟ ସୂଚନା ଆଧାରରେ କାର୍ଯ୍ୟ କରି, ସେନା, ସ୍ପେସାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍ଓଜି) ଏବଂ ପୁଲିସ ଏକ ଅପରେସନ୍ ଆରମ୍ଭ କରିଥିଲେ। ଯାହା ଫଳରେ ଗୁଳିବିନିମୟ ହୋଇଥିଲା। ଗୁଳି ବିନିମୟରେ ଜଣେ ସେନା ଯବାନ ଆହତ ହୋଇଥିଲେ। ଗତ ଏକ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ଅନେକ ଗୁଳିବିନିମୟ ହୋଇଛି।












Click it and Unblock the Notifications