ଭୂକମ୍ପରେ ଥଣିଲା ତାଇୱାନ-ଗୁଜୁରାଟ,ରିକ୍ଟର ସ୍କେଲରେ ତୀବ୍ରତା ୫.୨
ଗୁଜରାଟରରେ ଭୂକମ୍ପର ଝଟକା ଗୁରୁବାର ଅନୁଭୂତ ହୋଇଛି । ସକାଳ ସମୟରେ ଭାରତ ଓ ତାଇୱାନ୍ରେ ଭୂକମ୍ପ ଅନୁଭୂତ ହୋଇଛି। ଅମରେଲୀରେ ଭୂକମ୍ପ ଅନୁଭବ ହେବା ମାତ୍ରେ ଲୋକେ ଭୟରେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ। ସେହିପରି ତାଇୱାନରେ ରିକ୍ଟର ସ୍କେଲରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ରେକର୍ଡ କରାଯାଇଛି।
ଇନଷ୍ଟିଚ୍ୟୁଟ ଅଫ ସିସ୍ମୋଲୋଜିକଲ ରିସର୍ଚ୍ଚ ଅନୁସାରେ, ସୌରାଷ୍ଟ୍ର ଅଞ୍ଚଳରେ ସକାଳ ୧୦ଟା ୧୨ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ୩.୨ ରହିଥିଲା । ଏହାର ଗଭୀରତା ୬.୪ କିମି ରହିଥିଲା । ଭୂକମ୍ପର କେନ୍ଦ୍ର ଅମରେଲୀ ସ୍ଥିତ ରହିଥିଲା । ତେବେ ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନଥିଲା ।

ତାଇୱାନରେ ଏହା ପୂର୍ବରୁ ୨୬ ଜାନୁଆରୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇସେନ୍ସଜ ଅନୁସାରେ, ତାଇୱାନରେ ୫.୬ ତୀବ୍ରତାର ଭୂକିମ୍ପ ଆସିଥିଲା । ଭୂକମ୍ପର କେନ୍ଦ୍ର ୧୬ କିମି ଗଭୀରତାରେ ରହିଥିଲା ।












Click it and Unblock the Notifications