ୟୁକ୍ରେନରୁ ସୁରକ୍ଷିତ ଫେରିଲେ ଆଉ 3000 ଭାରତୀୟ
ଗତ 24 ଘଣ୍ଟା ମଧ୍ୟରେ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନରୁ 15ଟି ବିମାନରେ 3000 ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ।
ନୂଆଦିଲ୍ଲୀ: ଗତ 24 ଘଣ୍ଟା ମଧ୍ୟରେ ଯୁଦ୍ଧରେ ପ୍ରଭାବିତ ୟୁକ୍ରେନରୁ 15ଟି ବିମାନରେ 3000 ଭାରତୀୟଙ୍କୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ମନ୍ତ୍ରଣାଳୟ କହିଛି ଯେ "ଅପରେସନ୍ ଗଙ୍ଗା" ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ଅଧିକ ବିମାନ ଉଡ଼ାଣ ଭରିବ ବୋଲି ସ୍ଥିର ହୋଇଛି।

ଫେବୃଆରୀ 22 ରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ବର୍ତ୍ତମାନ ସୁଦ୍ଧା 6,200 ରୁ ଅଧିକ ଲୋକଙ୍କୁ ଫେରାଇ ଆଣିଛି । ସେମାନଙ୍କ ମଧ୍ୟରେ 2,185 ଜଣ ବ୍ୟକ୍ତି ଆଜି 10 ଟି ସ୍ୱତନ୍ତ୍ର ବେସାମରିକ ବିମାନ ମାଧ୍ୟମରେ ଆସୁଛନ୍ତି।
ଆସନ୍ତା ଦୁଇ ଦିନରେ 7,400 ରୁ ଅଧିକ ବ୍ୟକ୍ତିଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଅଣାଯିବ ବୋଲି ଆଶା କରାଯାଉଥିବାବେଳେ ଆସନ୍ତାକାଲି 3500 ନାଗରିକ ଏବଂ ମାର୍ଚ୍ଚ 5 ରେ 3,900 ରୁ ଅଧିକ ଲୋକ ଫେରିବେ ବୋଲି ଆଶା କରାଯାଉଛି।












Click it and Unblock the Notifications