ଭୂକମ୍ପରେ ଥରିଲା ଜାମ୍ମୁ କାଶ୍ମୀର, ଭୟରେ ଲୋକେ
ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରରେ ପୁଣି ଥରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.0 ରେକର୍ଡ କରାଯାଇଛି । ଗତ ଚାରି ଦିନ ମଧ୍ୟରେ ଏହା ତୃତୀୟ ଭୂକମ୍ପ । ଏହାପୂର୍ବରୁ ଜୁନ୍ 13 ତାରିଖରେ 5.4 ମ୍ୟାଗ୍ନିଚ୍ୟୁଡର ଏକ ଭୂମିକମ୍ପ ହୋଇଥିବା ନେଇ ସୂଚନା ରହିଛି । ଏହା ବ୍ୟତୀତ 14 ଜୁନ୍ ତାରିଖରେ ମଧ୍ୟ ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ବାରମ୍ବାର ଭୂମିକମ୍ପ ହେବା କାରଣରୁ ଡୋଡା କିସତୱାଡରେ ସ୍କୁଲବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଭୂକମ୍ପର କେନ୍ଦ୍ରବିନ୍ଦୁ ଜାମ୍ମୁ କାଶ୍ମୀରର ରାମବାନ୍ ବୋଲି ସୂଚନା ରହିଛି । ଏହାର ଗଭୀରତା ପାଞ୍ଚ କିଲୋମିଟର ବୋଲି କୁହାଯାଉଛି। ବାରମ୍ବାର ଭୂମିକମ୍ପ ହେତୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଗତ ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ଲୋକମାନେ ଭୂକମ୍ପ ଅନୁଭବ କରିଛନ୍ତି ।












Click it and Unblock the Notifications