ଆସନ୍ତା ସୋମବାରଠାରୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ
ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ। ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୨୦ଟି ବୈଠକ ବସିବ। ଅଧିବେଶନରେ ୨୦୨୫-୨୬ ବର୍ଷ ପାଇଁ ଅନୁଦାନ ଦାବି ଏବଂ ଆନୁସଙ୍ଗିକ ବିନିଯୋଗ ବିଲ୍ ଉପରେ ଆଲୋଚନା ଓ ମତଦାନ ହେବ।

ବ୍ୟାଙ୍କିଂ ଆଇନ (ସଂଶୋଧନ) ବିଲ୍, କୋଷ୍ଟାଲ ସିପିଂ ବିଲ୍, ୨୦୨୪ ତ୍ରିଭୁବନ ସହକାରୀ ବିଶ୍ୱବିଦ୍ୟାଳୟ ବିଲ୍, ଇମିଗ୍ରେସନ୍ ଆଣ୍ଡ ଫରେନର୍ସ ବିଲ୍ ୨୦୨୫ ଏବଂ ରେଳବାଇ (ସଂଶୋଧନ) ବିଲ୍ ସମେତ ଅନେକ ବିଲ୍ ଉପରେ ମଧ୍ୟ ଆଲୋଚନା ହେବାର ଆଶା କରାଯାଉଛି। ସଂସଦର ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହକୁ ସମ୍ୱୋଧିତ କରିଥିଲେ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅଧିବେଶନର ପ୍ରଥମ ଭାଗରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ।












Click it and Unblock the Notifications