ଆମେରିକାରୁ ଭାରତ ଫେରିବ ୨୯୭ଟି ପ୍ରାଚୀନ କଳାକୃତି ହୋଇଛି ବଡ ଆଲୋଚନା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଜାରି ରହିଥିବାବେଳେ ରବିବାର ସେ ନ୍ୟୁୟର୍କରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନ୍ୟୁୟର୍କ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଏଠାରେ ପ୍ରଧାନମନ୍ତ୍ରୀ ଜାତିସଂଘ ସମ୍ମିଳନୀରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ସେଠାକାର ଭାରତୀୟ ସମ୍ପ୍ରଦାୟଙ୍କୁ ଭେଟି ଆଲୋଚନା କରିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହା ପୂର୍ବରୁ ମୋଦୀ କ୍ଵାଡ ଶିଖର ସମ୍ମିଳନୀରେ ଯୋଗଦେଇଥିଲେ, ଯେଉଁଥିରେ ଭାରତ ସହିତ ଆମେରିକା, ଅଷ୍ଟ୍ରେଲିଆ ଏବଂ ଜାପାନ ସଦସ୍ୟ ରହିଛନ୍ତି। ଏହି ସମ୍ମିଳନୀରେ ୩ ରାଷ୍ଟ୍ର ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତା ପ୍ରସଙ୍ଗକୁ ସମର୍ଥନ ଜଣାଇଥିଲେ। ଜାତିସଂଘରେ ସଂସ୍କାର ଅଣାଯିବା ସହିତ ଏହାର କଳେବର ବୃଦ୍ଧି ଉପରେ ଆଲୋଚନା ହୋଇଥିଲେ।
ଏହାବ୍ୟତୀତ ଗସ୍ତ କାଳରେ ଆମେରିକାରୁ ୨୯୭ଟି ପ୍ରାଚୀନ କଳାକୃତିକୁ ଭାରତ ଫେରାଇ ଆଣିବାକୁ ଦୁଇ ଦେଶ ମଧ୍ୟରେ ନିଷ୍ପତ୍ତି ହୋଇଛି। ବିଭିନ୍ନ ସମୟରେ ଏହି ପୁରାତନ ସାମଗ୍ରୀଗୁଡ଼ିକୁ ଭାରତରୁ ଆମେରିକାକୁ ଚୋରା ଚାଲାଣ କରାଯାଇଛି, ଯାହାକୁ ନେଇ ପୂର୍ବରୁ ଭାରତ ଅନେକ ଥର ସେଗୁଡ଼ିକୁ ଫେରାଇବାକୁ ଦାବି କରିଆସିଛି। ଚଳିତ ଗସ୍ତ ସମୟରେ ସେସବୁ ସାମଗ୍ରୀ ଭାରତ ଫେରିବ ବୋଲି ସୂଚନା ମିଳିଛି।












Click it and Unblock the Notifications