ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ହୋଇଛି୨୯ଟି ଟ୍ରେନ୍ ଦୁର୍ଘଟଣା:ଅଶ୍ୱିନୀ ବୈଷ୍ଣବ
ଦେଶରେ ଗତ ୧୦ ବର୍ଷ ମଧ୍ୟରେ ରେଳ ଦୁର୍ଘଟଣା ବହୁ ପରିମାଣରେ ହ୍ରାସ ପାଇଛି ବୋଲି ଲୋକସଭାରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଏକ ଲିଖିତ ଉତ୍ତର ଦେଇ କହିଛନ୍ତି । ରେଳଗାଡ଼ି ଲାଇନଚ୍ୟୁତ୍ ସମେତ ଦୁର୍ଘଟଣା ୨୦୧୪-୧୫ରେ ୧୩୫ ଥିବା ବେଳେ ତାହା ୨୦୨୩-୨୪ରେ ୪୦କୁ ଖସିଆସିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ଚଳିତବର୍ଷ ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ୨୯ଟି ଟ୍ରେନ୍ ଦୁର୍ଘଟଣା ଘଟିଛି ।
ଏହିସବୁ ଦୁର୍ଘଟଣା ଯନ୍ତ୍ରାଂଶରେ ଦେଖାଦେଇଥିବା ବିଫଳତା, ଟ୍ରେନ୍ କାର୍ଯ୍ୟ ଚାଲିଥିବା ବେଳେ ଭୁଲ୍ ବଶତଃ ନିର୍ଦ୍ଦେଶ, ପରିବେଶ ଜନିତ ଏବଂ ମାନବୀୟ ତ୍ରୁଟି ଯୋଗୁଁ ଘଟିଥୁଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି । ସେ ପୁଣି କହିଛନ୍ତି ଏହିସବୁ ରେଳ ଦୁର୍ଘଟଣାରେ ୧୭ ଜଣଙ୍କର ଜୀବନ ଯାଇଥିବା ବେଳେ ୮୧ ଜଣ ଆହତ ହୋଇଛନ୍ତି । ଏଥିଲାଗି ମୃତକଙ୍କ ପରିବାରବର୍ଗ ଓ ଆହତ ବ୍ୟକ୍ତିଙ୍କୁ ରେଳବାଇ ପକ୍ଷରୁ ୨ କୋଟି ୮୯ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେ ପୁଣି କହିଛନ୍ତି ଭାରତୀୟ ରେଲୱେରେ ନିରାପତ୍ତାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଉଛି ଏବଂ ଟ୍ରେନ୍ ଚଳାଚଳକୁ ସୁଗମ କରିବା ପାଇଁ ବହୁବିଧ ପଦକ୍ଷେପ ନିଆଯାଉଛି । ଇତିମଧ୍ୟରେ ୧ ହଜ୍ୟର ୫୪୮ ରୁଟ୍ କିଲୋମିଟରରେ କବଚ ବ୍ୟବସ୍ଥା ଲାଗୁ କରାଯାଇଛି । ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲୀ-ହାୱଡ଼ା କରିଡରର ୩ ହଜାର ରୁଟ୍ କିଲୋମିଟରରେ କବଚ ବ୍ୟବସ୍ଥାକୁ ଲାଗୁ କରାଇବା ଲାଗି କର୍ଯ୍ୟ ଜାରି ରହିଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି ।












Click it and Unblock the Notifications