୨୮ମହିଳା , ୪୭ ଯୁବକଙ୍କୁ ମଳିଲା ଟିକେଟ, ମହିଳାଙ୍କ ମଧ୍ୟରେ ଏହି ହେଭିୱେଟଙ୍କ ନାଁ ବିଜେପି କରିଲା ଘେଷଣା

ନୂଆଦିଲ୍ଲୀ: ବିଜେପି ଶନିବାର ଲୋକସଭା ନିର୍ବାଚନ ପାଇଁ ୧୯୫ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି । ପାର୍ଟି ଓବିସିକୁୁ ସର୍ବାଧିକ ୫୭ ଟିକେଟ୍ ଦେଇଥିବାବେଳେ ପ୍ରଥମ ତାଲିକାରେ ଏସସି ଏବଂ ଏସଟି ବ୍ୟତୀତ ଯୁବକ ଓ ମହିଳାଙ୍କୁ ଧ୍ୟାନରେ ରଖି ଦଳ ଦେଇିଛି ଟିକେଟ୍ ।

ବିଜେପି ମୁଖ୍ୟାଳୟରେ ୧୯୫ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରି ବିଜେପି ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ କହିଛନ୍ତି ଯେ ୨୮ ଜଣ ମହିଳା, ପଚାଶ ବର୍ଷରୁ କମ୍ ୪୭ ଜଣ ଯୁବକ ଏବଂ ଅନୁସୂଚିତ ଜାତିର ୨୭ ଜଣ, ଅନୁସୂଚିତ ଜନଜାତିର ୧୮ ଜଣ ଏବଂ ଓବିସି ସମ୍ପ୍ରଦାୟର ଜଣେ । ୫୭ ଜଣ ପ୍ରାର୍ଥୀ ହୋଇଛନ୍ତି ।

bjp meeting

ବିଜେପି ଯେଉଁ ମହିଳାଙ୍କୁ ପ୍ରାର୍ଥୀ କରିଛି ସେମାନଙ୍କ ମଧ୍ୟରୁ ହେମା ମାଳିନି- ମଥୁରା, ସ୍ମୃତି ଇରାନୀ- ଆମେଥୀ ଆସନରୁ , ସାକ୍ସୀ ମହାରାଜ- ଉନାଓ ଆସନ ଏବଂ ସାଧଭି ନିରଂଜନ ଜ୍ୟୋତିଙ୍କୁ ଫତେ ପୁର ଆସନରୁ ଦଳ କରିଛି ପ୍ରାର୍ଥୀ । ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାଁ ରହିଛି । ଉତ୍ତରପ୍ରଦେଶର ବାରାଣସୀରୁ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୧୯୫ଟି ସିଟ୍ ମଧ୍ୟରୁ ଉତ୍ତରପ୍ରଦେଶରୁ ସର୍ବାଧିକ ୫୧ଟି, ପଶ୍ଚିମବଙ୍ଗରୁ ୨୬, ମଧ୍ୟପ୍ରଦେଶରୁ ୨୪, ଗୁଜରାଟରୁ ୧୫, ରାଜସ୍ଥାନରୁ ୧୫, ଆସାମ, ଝାଡ଼ଖଣ୍ଡ ଓ ଛତିଶଗଡ଼ ପ୍ରତ୍ୟେକ ରାଜ୍ୟରୁ ୧୧ଟି ଲେଖାଏଁ ଆସନ, ତେଲେଙ୍ଗାନାରୁ ୯, ଦିଲ୍ଲୀରୁ ୫, ଜାମ୍ମୁ କାଶ୍ମୀରରୁ ୨, ଉତ୍ତରାଖଣ୍ଡରୁ ୩, ଅରୁଣାଚଳପ୍ରଦେଶରୁ ୨ଟି, ଗୋଆ, ତ୍ରିପୁରା, ଆଣ୍ଡାମାନ ନିକୋବର, ଡାମନ ଡିଓ ଏ ସବୁ ସ୍ଥାନରୁ ଗୋଟିଏ ଲେଖାଏଁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+